ଜଳୁଛି ଦିଲ୍ଲୀ : CAA ବିପକ୍ଷ-ସପକ୍ଷ ମୁହାଁମୁହିଁ , ବଜାର , ପେଟ୍ରୋଲ ପମ୍ପ , କାର୍-ବାଇକ୍ ଜାଳିଲେ ; ୧୦୦ରୁ ଅଧିକ ଆହତ

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଅଶାନ୍ତ ପରିସ୍ଥିତି । ରବିବାର ଓ ସୋମବାର ଦିନ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟଙ୍କ ମଧ୍ୟରେ  ସଂଘର୍ଷ  ଭୟାନକ ରୂପ ନେଇଥିଲା । ସୋମବାର ଦିନ ଉତ୍ତର-ପୂର୍ବ ଥାନାରେ କେତେକ ଅଞ୍ଚଳରେ ପଥରମାଡ ଆରମ୍ଭ ହୋଇଯାଇଥିଲା । ହିଂସା ଦିଲ୍ଲୀ ପୋଲିସର ଜଣେ ହେଡ୍ କନଷ୍ଟେବଲଙ୍କ ସମେତ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

{"id":228868,"sizeSlug":"large"}

ହିଂସା ଘଟଣାରେ ପୋଲିସ କର୍ମୀଙ୍କ ସମେତ ୫୬ ଜଣ ଆହତ ହୋଇଛନ୍ତି । ଉପଦ୍ରବୀମାନେ ଗାଡି, ଦୋକାନ, ଘର ସହିତ ଭଜନପୁରା ଅଞ୍ଚଳରେ ଥିବା ପେଟ୍ରୋଲପମ୍ପରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ପେଟ୍ରୋଲ ପମ୍ପ ଉପରକୁ ବୋମା ମଧ୍ୟପକାଇଥିଲେ । ଦୁଇ ପକ୍ଷରୁ ଉପଦ୍ରବୀମାନେ ଗୁଳି ଚାଳନା କରିଥିଲେ । କିଛି ପଦର୍ଶନକାରୀଙ୍କୁ ମଧ୍ୟ ଗୁଳି ବାଜିଛି ।

{"id":228867,"sizeSlug":"large"}

 ଉପଦ୍ରବୀମାନେ  ପରୀକ୍ଷା ଦେଇ ଫେରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟ ମାରପିଟ୍‌ କରିଥିଲେ । ପରେ ଉପଦ୍ରବୀମାନେ ମେଟ୍ରୋ ଷ୍ଟେସନ ବନ୍ଦ କରିଦେଇଥିଲେ । ଜାଫରବାଦା, ମୋଜପୁର, ଗୋକଳପୁରୀ, ଶିବ ବିହାର, ଜୋହରି ଏନକ୍ଲେଭ ସାମିଲ ଥିଲେ । ତେବେ ପରିସ୍ଥିତି ଅତି ଭୟଙ୍କର ହେଉଥିବାର ଦେଖି ପୋଲିସ ଉତ୍ତର-ପୂର୍ବ ଜିଲ୍ଲାର କେତେକ ଥାନା ଅଞ୍ଚଳରେ ୧୪୪ଧାରା ଲଗାଇଦେଇଛନ୍ତି ।

{"id":228878,"sizeSlug":"large"}

ବିଜେପି ନେତା କପିଲ ମିଶ୍ରା ଟ୍ବିଟ୍‌ ପରେ  ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ବିରୋଧୀଙ୍କ ଦ୍ବାରା କରାଯାଇଥିବା ରାସ୍ତା ଜାମକୁ  ସିଏଏ ସମର୍ଥକମାନ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏହାଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିଲା । କିନ୍ତୁ କିଛି ସମୟ ପରେ ଘଟଣା ବିବାଦ ଶାନ୍ତ ହୋଇଯାଇଥିଲେ ।

{"id":228865,"sizeSlug":"large"}

 ସୋମବାର ଦିନ ସିଏଏ ସର୍ମଥକମାନେ ରାସ୍ତା ବନ୍ଦ କରି ବିରୋଧ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ମୋଜପୁର, କର୍ଦମପୁରୀ, ଚାନ୍ଦବାଗରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ପଥର ମାଡ ଓ ନାରାବାଜି ଆରମ୍ଭ ହୋଇଯାଇଥିଲା । ଜାଫରବାଗରେ ହୋଇଥିବା ପଥରମାଡରେ ପୋଲିସ ଅପରେଟର ରତମଲାଲଙ୍କ ମୁଣ୍ଡରେ ଆଘାତ ଆସିଥିଲା । ପରେ ସେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

{"id":228864,"sizeSlug":"large"}

ମୋଜପୁର ଓ ଜାଫରବାଦରେ କିଛି ଘରେ ଉପଦ୍ରବୀମାନ ନିଆଁ ଲଗାଇଦେଇଥିଲେ । ସେହିପରି ମୋଜପୁର ଅଞ୍ଚଳରେ ୪-୫ଟି ଦୋକାନକୁ ନିଆଁ ଲଗାଯାଇଥିଲା । ଜାଫରବାଦରେ ଉପଦ୍ରବୀ ବନ୍ଧୁକ ଚାଳନା ମଧ୍ୟ କରିଥିଲେ । ଦୟାଲପୁର ଅଞ୍ଚଳରେ ଉପଦ୍ରବୀମାନେ କିଛି ବାଇକକୁ ମଧ୍ୟ ନିଆଁ ଲଗାଇଦେଇଥିଲେ ।

{"id":228862,"sizeSlug":"large"}

ଦିଲ୍ଲୀ ପୋଲିସ ଜିନ୍ଦାବାବର ନାରା ନେଇ ସିଏଏ ସମର୍ଥକନମାନେ ହାତରେ ପଥର ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା ।ହଠାତ୍ ଏହି ସମୟରେ ଏକ ଚିତ୍ର ସାମ୍ନାକୁ ଆସିଥିଲେ । ଉପଦ୍ରବୀମାନେ ପଥର ଧରି ପଛରେ ଚାଲୁଥିବା ବେଳେ ପୋଲିସ ସେମାନଙ୍କ ଆଗରେ ଯାଉଥିବାର ଦେଖିବାକୁ ମିଳିଥିଲା । ତେବେ ସିଏଏ ବିପକ୍ଷବାଦୀଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଟିୟର ଗ୍ୟାସ୍‌ର ପ୍ରୟୋଗ କରିଥିଲେ । ଘଟଣାସ୍ଥଳରେ ଉଭୟ ପକ୍ଷରୁ  ପଥର ମାଡ ହୋଇଥିଲା ।

{"id":228861,"sizeSlug":"large"}

ମୋଜପୁରରେ ଉପଦ୍ରବୀମାନ ସ୍ଥାନୀୟବାସୀନ୍ଦାଙ୍କ ଘରେ ପଶି ଲୋକମାନଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଥିଲେ । ଘରେ ଉପସ୍ଥିତ ଥିବା ଲୋକମାନ ହାତ ଯୋଡି ଭଙ୍ଗାରୁଜା ନକରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ଉପଦ୍ରବୀମାନେ କୌଣସି ଦୟା ଦେଖାଇନଥିଲେ । କିଛି ସମୟ ଧର ଏପରି ବିବାଦ ଲାଗି ରହିଥିଲା , ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିଥିଲେ । ଏବଂ ପରିସ୍ଥିତି ଶାନ୍ତ ପଡିଥିଲା ।

{"id":228863,"sizeSlug":"large"}

ମୋଜପୁର ମେଟ୍ରୋ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ଦେଇ ଯାଉଥିବା ଯୁବକମାନଙ୍କର ପରିଚୟ ପତ୍ର ଯାଞ୍ଚ କରାଯାଇଥିଲେ । ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଯଦି କିଏ ସିଏଏ ବିରୋଧୀ ହୁଏ, ତେବେ ତାକୁ ରାସ୍ତାରେ ସିଏଏ ସମର୍ଥକମାନେ ପ୍ରବଳ ମାଡ ମାରୁଥିବାର ଅଭିଯୋଗ ହୋଇଛି ।   

{"id":228859,"sizeSlug":"large"}

ଗୋକଳପୁର ଅଞ୍ଚଳରେ ସୋମବାର ଦିନ ରାତିରେ ଉପଦ୍ରବୀମାନେ ଟାୟାର ଦୋକାନକୁ ନିଆଁ ଲଗାଇଦେଇଥିଲେ । ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥଲା । ତେବେ ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।

{"id":228858,"sizeSlug":"large"}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.