Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଆଉ ଚଳିବନି ଅଟୋ ଚାଳକଙ୍କ ମନମାନି, ଗାଡିରେ ଲାଗିବ ସ୍ବତନ୍ତ୍ର କୋଡ୍; ରାସ୍ତା ବଦଳାଇଲେ କିମ୍ବା ଅଧିକ ଭଡା ନେଲେ ବାନ୍ଧିନେବ ପୁଲିସ୍

7/09/2019 at 1:50 PM

ନୂଆଦିଲ୍ଲୀ୭/୯:  ସାବାଡ୍ ହେବେ ଉଦ୍ଧତ ଅଟୋ ଚାଳକ । ଏଣିକି ଆଉ ଚଳିବନି କୌଣସି ଅଟୋ ଚାଳକଙ୍କ ମନମାନି । ଭଡା କିମ୍ବା ଅନ୍ୟ କୌଣସି ବାହାନା ଦେଖାଇ ଆଉ ଯାତ୍ରୀଙ୍କୁ ଲୁଟି ପାରିବେ ଚାଳକ ।  କାହିଁକି ନା ଯାତ୍ରୀ ତଥା ବିଶେଷ କରି ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ  ଏଣିକି ପ୍ରତି ଅଟୋକୁ ଏକ କ୍ୟୁଆର କୋଡ ଦିଆଯିବ ।ଯେଉଁଥିରେ ପରମିଟ୍ ଆଧାରରେ  ସମସ୍ତ ଅଟୋଗୁଡିକର ରୁଟ୍ ନିର୍ଧାରଣ  କରାଯିବ । ଫଳରେ ଚାଳକ ନିଜ ଇଚ୍ଛା ଅନୁସାରେ ତାଙ୍କ ରୁଟ୍ ବଦଳାଇ ପାରିବେନି ଆଉ ଭଡା ମଧ୍ୟ ନିଜ ହିସାବରେ ଯାତ୍ରୀଙ୍କଠାରୁ ଆଦାୟ କରିପାରିବେ ନାହିଁ ।

ତେବେ ଉଦ୍ଧତ ତଥା ମନ୍ଦ ପ୍ରବୃତିର ଅଟୋ ଚାଳକଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଏବଂ ସହରରେ ବୃଦ୍ଧ ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ଏଭଳି ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ । ଯେଉଁଥିରେ ଏଣିକି ପରମିଟକୁ ଆଧାର କରି ସବୁ ଅଟୋଗୁଡିକର ରୁଟ୍ ନିର୍ଧାରଣ କରାଯିବ । ଏହାଛଡା  ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଏଣିକି ପ୍ରତ୍ୟେକ ଅଟୋକୁ ଏକ କ୍ୟୁଆର କୋଡ ଦିଆଯିବ ।   ଏଥିପାଇଁ ସମସ୍ତ ଅଟୋ ଚାଳକ ଏବଂ ମାଲିକଙ୍କର ଏକ ତାଲିକା ପୁଲିସକୁ ଦେବା ପାଇଁ ଅଟୋ ଚାଳକ ସଂଘକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  

ପ୍ଲାନ ଅନୁଯାୟୀ ପ୍ରତିଟି ଅଟୋ ଆଗରେ କିମ୍ବା ଚାଳକ ସିଟ୍ ପଛରେ ଏହି କ୍ୟୁଆର କୋଡ ଲଗାଯିବ । ଯାତ୍ରୀଙ୍କୁ ଯଦି କୌଣସି ଅଟୋ ଚାଳକଙ୍କ ବିରୁଦ୍ଧରେ ଅଭିଯୋଗ କରିବାର ଥିବ ତେବେ ସେ ଏହି କ୍ୟୁଆର କୋଡ ଜରିଆରେ ହିଁ ନିଜ ଅଭିଯୋଗ ପୁଲିସ୍ ନିକଟରେ ପହଞ୍ଚାଇ ପାରିବେ । ସେହିଭଳି ଯଦି କୌଣସି ମହିଳା ଯାତ୍ରୀ ଅଟୋରେ ଅସୁରକ୍ଷିତ ଅନୁଭବ କରନ୍ତି ତେବେ ମୋବାଇଲ ଆପ ସହାୟତାରେ କ୍ୟୁଆର କୋଡକୁ ସ୍କାନ କରି ସେ ପୁଲିସର ସହାୟତା ଲୋଡିପାରିବେ ଆଉ ଏହି କ୍ୟୁଆର କୋଡ ଜରିଆରେ ଅତି ସହଜରେ ଅଟୋ ଚାଳକର ଚିହ୍ନଟ କରାଯାଇପାରିବ ବୋଲି କହିଛି ଦିଲ୍ଲୀ ପୁଲିସ୍ ।

   Related Posts