Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ଜୀବନ ବଞ୍ଚାଇବା ପାଇଁ କାରର ବୋନେଟ୍ ଉପରକୁ ଡେଇଁଲେ ଟ୍ରାଫିକ ପୋଲିସ, ତଥାପି ଗାଡି ଅଟକାଇଲେନି ଡ୍ରାଇଭର, ତା ପରେ…

14/10/2020 at 5:22 PM

ନୂଆଦିଲ୍ଲୀ ୧୪।୧୦: ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ କାର ଚଳାଉଥିବା ଯୁବକ ଟ୍ରାଫିକ ପୋଲିସକୁ ଧକ୍କା ମାରି ଚାଲିଯିବାକୁ ଚେଷ୍ଟା କରିଛି। ଏହି ସମୟରେ ନିଜର ଜୀବନ ବଞ୍ଚାଇବାକୁ ଯାଇ ଟ୍ରାଫିକ କନଷ୍ଟେବଲ କାରର ବୋନେଟ୍‌ ଉପରକୁ ଡେଇଁ ପଡିଛନ୍ତି। ଏହା ସତ୍ଵେ ବି ଡ୍ରାଇଭର ବୋନେଟ୍‌ରେ ଓହଳି ରହିଥିବା ପୋଲିସ କର୍ମଚାରୀଙ୍କୁ  ଧରି ୪୦୦ ମିଟର ପର୍ଯ୍ୟନ୍ତ ଆଗକୁ ମାଡି ଯାଇଥିଲା। ପୁଣି କାରକୁ ଏପଟ ସେପଟ୍ କରି କନଷ୍ଟେବଲକୁ ତଳକୁ ଖସାଇ ଫେରାର ମାରିବାକୁ ଚେଷ୍ଟା କରିଥିଲା। ପୋଲିସ ଚିତ୍କାର କରି ଲୋକଙ୍କ ସାହାଯ୍ୟରେ କାରକୁ ଅଟକା ଯାଇଥିଲା।

ସୂଚନା ଅନୁଯାୟୀ ଦିଲ୍ଲୀରେ କାରର ଫ୍ୟାନ୍ସି ନମ୍ବର ପ୍ଲେଟକୁ ଦେଖି ଟ୍ରାଫିକ ପୋଲିସ କନଷ୍ଟେବଲ କାର ଚାଳକକୁ ଅଟକିବାକୁ ଇଶାରା କରିଥିଲା। ହେଲେ ଅଟକିବା ପରିବର୍ତ୍ତେ କାର ଚାଳକ କନଷ୍ଟେବଲଙ୍କ ଉପରେ ଗାଡି ଚଢାଇବାକୁ ଚେଷ୍ଟା କରିଥିଲେ।

ପୂରା ମାମଲା କଣ

ମହିପାଲ ସିଂହ ଦିଲ୍ଲୀ କ୍ୟାଣ୍ଟ ଟ୍ରାଫିକ ଅଞ୍ଚଳରେ ମୁତୟନ ଥିଲେ। ସୋମବାର ତାଙ୍କର ଡ୍ୟୁଟି ଧୌଲାକୁଆଁରେ ଥିଲା। ସନ୍ଧ୍ୟା ୫ଟାରେ ତିଳକ ନଗର ଅଭିମୁଖେ ଯାଉଥିବା ରାସ୍ତାରେ ଫେନ୍ସି ନମ୍ବର ପ୍ଲେଟ୍‌ ଆଇ ୨୦ କାର ଆସୁଥିବା ଦେଖି କନଷ୍ଟେବଲ ଅଟକାଇବାକୁ ଚେଷ୍ଟା କରିଥିଲେ। କାରକୁ ଉତ୍ତମ ନଗର ବାସିନ୍ଦା ୨୨ ବର୍ଷୀୟ ଶୁଭମ ଚଲାଉଥିଲା। ତାଙ୍କ ସହିତ କାରରେ ଉତ୍ତମ ନଗର ନିବାସୀ ରାହୁଲ ଜୈନ ଥିଲା।

ଶୁଭମ କହିଛି କନଷ୍ଟେବଲ ବୋନେଟ୍ ଉପରକୁ ଡେଇଁବାରୁ ସେମାନେ ଡରି ଯାଇଥିଲେ। ଏଥିପାଇଁ କାରକୁ ନଅଟକାଇ ଫେରାର ମାରିବାକୁ ଚେଷ୍ଟା କରିଥିଲେ। ସେ କାରକୁ ପ୍ରାୟ ୪୦୦ ମିଟର ଚଲାଇ ଆଗକୁ ନେଇଯାଇଥିଲା। ସେହି ସମୟରେ ବୋନେଟ୍‌ରେ ଓହଳି ରହିଥିବା କନଷ୍ଟେବଲ ମହିପାଲଙ୍କୁ ତଳେ ଖସାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସମୟ ପରେ ଧରା ପଡିଥିଲେ।

   Related Posts