Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଗାଡ଼ି ଚାଳକଙ୍କ ପାଇଁ ପୁଣି କଠୋର ହେଲେ ଦିଲ୍ଲୀ ପୋଲିସ, ଟ୍ରାଫିକ୍ ଜଏଣ୍ଟ କମିଶନର କହିଲେ- ଚାଲାଣ କଟା ପ୍ରକ୍ରିୟାକୁ ଆହୁରି କରାଯିବ କଡାକଡି …

9/09/2019 at 7:21 PM

ନୂଆଦିଲ୍ଲୀ୯|୯: ଦେଶର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୧ ତାରିଖରୁ ସଂଶୋଧିତ ଭେହିକିଲ ଆକ୍ଟ- ଲାଗୁ କରାଯାଇଛି। ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କାର ଚାଲାଣ କଟାଯାଉଛି। କୁହାଯାଉଛି କି ଆଗାମୀ ଦିନରେ ଦିଲ୍ଲୀ ଟ୍ରାଫିକ ପୋଲିସ ଗାଡ଼ି ଚାଳକଙ୍କ ପ୍ରତି ଆହୁରି କଠୋର ହେବେ। ଦିଲ୍ଲୀ ସରକାରଙ୍କ ଦ୍ବାରା ପରିବର୍ତ୍ତନ ହୋଇଥିବା ମୋଟର ଯାନ ଅଧିନିୟମ ସୂଚନାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଅପେକ୍ଷା କରିଛନ୍ତି। ଏହା ପ​‌ରେ ଦିଲ୍ଲୀ ଟ୍ରାଫିକ ପୋଲିସ ଗାଡ଼ି ଚାଳକଙ୍କ ପ୍ରତି ଆହୁରି ନିୟମ କଡ଼ାକଡ଼ି କରିଦେବେ।

ଅଧିସୂଚନା ଜାରି​‌ ହେବା ପରେ ଦିଲ୍ଲୀ ଟ୍ରାଫିକ ପୋଲିସଙ୍କ  ସଫ୍ଟଓ୍ବେୟାରରେ ପରିବର୍ତ୍ତନ କରିଯିବ ବୋଲି ସୂଚନା ମିଳିଛି। ଏଥିସହ ଚାଲାଣ କଟିବା ପାଇଁ ମେସିନ ଓ ମୋବାଇଲ ବ୍ୟବହାର କରାଯିବ। ପୂର୍ବରୁ ବ୍ୟବହାର ହୋଇଥିବା ଚାଲାଣ କଟା ମେସିନ ସହ ମୋବାଇଲରେ ମଧ୍ୟ ଚାଲାଣ କଟାଯିବ ବୋଲି ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଦିଲ୍ଲୀ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରଙ୍କ ସୂଚନା ମୁତାବକ, ଏବେ ଦିଲ୍ଲୀର ଟ୍ରାଫିକ ପୋଲିସର ୬୨୬ ଜଣ ପୋଲିସ କର୍ମଚାରୀ ଚାଲାଣ କାଟୁଛନ୍ତି। ଟ୍ରାଫିକ ପୋଲିସଙ୍କ ଦେହରେ ଲାଗିଥିବା କ୍ୟାମେରା ବନ୍ଦ କରି ଦିଆଯାଉଛି। ଯାହାଫଳରେ ଚାଲାଣ କମ୍ କଟାଯାଉଛି ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ରୁ ୫ ତାରିଖ ଭିତରେ ୯୭୯୬ ଜଣଙ୍କ ଚାଲାଣ କଟାଯାଇଛି। ଦିଲ୍ଲୀ ଟ୍ରାଫିକ୍ ପୋଲିସର ଜଏଣ୍ଟ କମିଶନର ନରେନ୍ଦ୍ର ସିଂହ ବୁନ୍ଦେଲା କହିଛନ୍ତି ଯେ, ଚାଲାଣ କାଟିବା ପ୍ରକ୍ରିୟା ସକ୍ରିୟ କରାଯିବ। ସେଥିଲାଗି ଚାଲାଣ କଟା ମେସିନ, କମ୍ପୁଟର ଓ ମୋବାଇଲ ବ୍ୟବହାର କରାଯିବ ବୋଲି ନରେନ୍ଦ୍ର କହିଛନ୍ତି।

   Related Posts