Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆମେରିକା-ଚୀନ ସମେତ ୨୦ ଦେଶର ୮୩ ଜମାତିଙ୍କ ବିରୋଧରେ ଆଜି ଚାର୍ଜସିଟ ଫାଇଲ କରିବ ଦିଲ୍ଲୀ ପୋଲିସ

26/05/2020 at 12:48 PM

ନୂଆଦିଲ୍ଲୀ ୨୬/୦୫ : ନିଜାମୁଦ୍ଦିନ ମର୍କଜ ମାମଲାରେ ଦିଲ୍ଲୀ ପୋଲିସ ମେ ୨୬ ତାରିଖ, ମଙ୍ଗଳବାର ଦିନ ଚାର୍ଜସିଟ ଫାଇଲ କରିବ | ସାକେତ କୋର୍ଟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୨୦ ଦେଶର ୮୩ ତବଲିଗି ଜମାତ ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ ପେଶ କରିବ | ଚାର୍ଜସିଟରେ ମର୍କଜ ଟ୍ରଷ୍ଟ ମ୍ୟାନେଜମେଣ୍ଟ ନାଁ ମଧ୍ୟ ସାମିଲ ଥିବା କୁହାଯାଉଛି | ସମସ୍ତ ପ୍ରମାଣ ଏକାଠି କରିବା ପରେ ଦିଲ୍ଲୀ ପୋଲିସ ଚାର୍ଜସିଟ ପ୍ରସ୍ତୁତ କରିଛି | ବିଦେଶୀ ସଦସ୍ୟଙ୍କ ବିରୋଧରେ ଭିସା ନିୟମ ଉଲଂଘନ ମାମଲାରେ ମାମଲା ରୁଜ୍ଜୁ କରାଯାଇଛି |

ନିଜାମୁଦ୍ଦିନ ସ୍ଥିତ ମର୍କଜରେ ମାର୍ଚ୍ଚ ମାସରେ ତବଲିଗି ଜମାତିଙ୍କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା | ପ୍ରତିବନ୍ଧକ ପରେ ମଧ୍ୟ ଦେଶ-ବିଦେଶର ୫ ହଜାରରୁ ଅଧିକ ଜମାତି ଏଠାରେ ଏକାଠି ହୋଇଥିଲେ | ଜମାତିର ଶହ ଶହ ସଦସ୍ୟ କରୋନାରେ ସଂକ୍ରମିତ ମଧ୍ୟ ହୋଇଥିଲେ | କେବଳ ସେତିକି ନୁହେଁ, କୌଣସି ସୂଚନା ନ ଦେଇ ଜମାତିର ଅନେକ ସଦସ୍ୟ ଦେଶର ଅଲଗା ଅଲଗା ସ୍ଥାନକୁ ଯାତ୍ରା ମଧ୍ୟ କରିଥିଲେ | ସେଠାରେ ସେମାନେ ଅନ୍ୟ ଲୋକଙ୍କୁ ମଧ୍ୟ କରୋନାରେ ସଂକ୍ରମିତ କରିଥିଲେ | ଯାଞ୍ଚରେ ଜଣାପଡିଛି ଯେ ଅନେକ ବିଦେଶୀ ସଦସ୍ୟ ଭିସା ନିୟମ ଉଲଂଘନ କରି ମର୍କଜରେ ଲୁଚି ଥିଲେ | 

ମିଳିଥିବା ସୂଚନା ଅନୁଯାୟୀ, ୨୦ ଦେଶର ଜମାତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି | ସେଥିରୁ ସାଉଦି ଆରବର ୧୦, ଚୀନର ୭, ଆମେରିକାର ୫, ଲଣ୍ଡନର ୩, ସୁଦାନର ୬, ଫିଲିପାଇନ୍ସର ୬, ବ୍ରାଜିଲର ୮, ଆଫଗାନିସ୍ତାନର ୪ ଜମାତି ସଦସ୍ୟଙ୍କ ସମେତ ମୋଟ ୮୩ ସଦସ୍ୟଙ୍କ ନାଁ ସାମିଲ ରହିଛି |

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମର୍କଜ ମାମଲା ଯାଞ୍ଚରେ ନିୟୋଜିତ ଥିବା ଜଣେ ପୋଲିସ ଏସଆଇ କରୋନା ପଜିଟିଭ ଥିବା ଜଣାପଡିଛି | କରୋନା ଯୋଦ୍ଧା ହିସାବରେ ଫ୍ରଣ୍ଟ ଲାଇନରେ ଥିବା ଦିଲ୍ଲୀ ପୋଲିସର ଏହି ଯବାନଙ୍କୁ ମର୍କଜ ମାମଲା ଯାଞ୍ଚ ଟିମରେ ନିୟୋଜିତ କରାଯାଇଥିଲା | ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଚାଣକ୍ୟପୁରୀ ଅଞ୍ଚଳର ଜଣେ ସବ-ଇନ୍ସପେକ୍ଟର କରୋନା ସଂକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି | ଗତ ଶନିବାର ରାତିରେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିଥିଲା |

   Related Posts