ପାର୍ଲ୍ୟାମେଣ୍ଟ ଆଗରେ ଧାରଣା ଲାଗି ଚାଷୀଙ୍କୁ ମିଳିଲାନି ଅନୁମତି, ଦିଲ୍ଲୀ ପୋଲିସ କହିଲା କରନ୍ତୁ ବିରୋଧ ଯୋଜନାର ପୁନର୍ବିଚାର

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮।୭: କୃଷି ଆଇନ ବିରୋଧରେ ଚାଷୀଙ୍କୁ ପାର୍ଲ୍ୟାମେଣ୍ଟ ଆଗରେ ଧାରଣା ଲାଗି ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ରବିବାର ମନା କରିଦେଇଛି। ତେବେ ଏହା ପୂର୍ବରୁ ପୋଲିସ ଚାଷୀଙ୍କୁ ବିରୋଧରେ କମ ଲୋକଙ୍କୁ ସାମିଲ କରିବା ଲାଗି ପରାମର୍ଶ ଦେଇଥିଲା। ହେଲେ ସଂୟୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ପରାମର୍ଶକୁ ଅଗ୍ରାହ୍ୟ କରିଦେଇଛି। ଏଥିରେ କୋଭିଡ-୧୯ ଜନିତ ପରିସ୍ଥିତିରେ ସଙ୍ଗଠନ ବିରୋଧ ଯୋଜନାର ପୁନର୍ବିଚାର କରନ୍ତୁ ବୋଲି ପୋଲିସ ରବିବାର କହିଛି।

{"id":482477,"width":836,"height":471,"sizeSlug":"large","linkDestination":"none"}

ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ ଦୈନିକ ୨୦୦ ଚାଷୀ କୃଷି ଆଇନକୁ ବିରୋଧ କରି ପାର୍ଲ୍ୟାମେଣ୍ଟ ଆଗରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବେ ବୋଲି ସଂଯୁକ୍ତ କିଷାନ ଏସକେଏମ ଘୋଷଣା କରିଥିଲା। ଏଥିଲାଗି ଧାରଣାରେ ଅଂଶଗ୍ରହଣକାରୀ ଚାଷୀଙ୍କୁ ଚିହ୍ନଟ ବ୍ୟାଜ୍‌ ମଧ୍ୟ  ଦିଆଯିବ ବୋଲି କିଷାନ ମଜଦୂର ମହାସଂଘର ଜାତୀୟ ସଭାପତି ଶିବ କୁମାର କକ୍କା କହିଥିଲେ।

{"id":482478,"sizeSlug":"large","linkDestination":"none"}

ଏଥିଲାଗି କୃଷକ ସଙ୍ଗଠନ ପକ୍ଷରୁ ଧାରଣାରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ବିସ୍ତୃତ ବିବରଣୀ ଯେପରିକି ଆଧାର କାର୍ଡ, ମୋବାଇଲ ଫୋନ ନମ୍ବର, ଠିକଣା ସମ୍ପର୍କିତ ସୂଚନା ଆଦି ମଧ୍ୟ ଆମେ ପୋଲିସକୁ ଦେବାକୁ ରାଜି ବୋଲି କକ୍କା କହିଛନ୍ତି। ତେବେ ପୋଲିସ ସେମାନଙ୍କୁ ଧାରଣା ନିମନ୍ତେ ବିକଳ୍ପ ସ୍ଥାନ ମନୋନୀତ କରିବାକୁ ଅଥବା ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ କହିଥିଲା। ଯାହାକୁ ସଙ୍ଗଠନ ଅସ୍ୱୀକାର କରିଥିବା କକ୍କା କହିଛନ୍ତି।

{"id":482479,"width":839,"height":559,"sizeSlug":"large","linkDestination":"none"}

ଅତୀତରେ ଟ୍ରାକ୍ଟର ପରେଡ ଲାଗି ଦିଲ୍ଲୀ ପୋଲିସ ଚାଷୀଙ୍କୁ ଅନୁମତି ଦେଇଥିଲା। ହେଲେ ଚାଷୀ ପୋଲିସ ଅନୁମତିର କେବଳ ଭୁଲ ଉପଯୋଗ କରିନଥିଲେ ଜାତୀୟ ରାଜଧାନୀର ଆଇନଶୃଙ୍ଖଳାକୁ ବିପଦରେ ପକାଇ ଦେଇଥିଲେ। ରାଜଧାନୀକୁ ଶହଶହ ଟ୍ରାକ୍ଟର ପୁରାଇ ଚାଷୀ ଆତଙ୍କ ସୃଷ୍ଟି କରିବା ସହ ଲାଲ କିଲ୍ଲାରେ ଜାତୀୟ ଦିବସ ଦିନ ଜାତୀୟ ପତାକା କାଢି ଧାର୍ମିକ ପତାକା ଉଡାଇଥିଲେ। ଏଣୁ ପୋଲିସ ରାଜଧାନୀରେ ଚାଷୀଙ୍କୁ କୌଣସି ପ୍ରକାର କାର୍ଯ୍ୟକ୍ରମ ଲାଗି ଏବେ ଅନୁମତି ଦେବାକୁ ସହଜରେ ରାଜି ହେଉନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.