ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିବା ଏଜେଣ୍ଟ ଗିରଫ, ଭାରତୀୟ ସେନାର ଦସ୍ତାବିଜ ଏବଂ ନକ୍ସା ଜବତ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୦୪ : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ଗିରଫ ବ୍ୟକ୍ତିଜଣକ ପଞ୍ଜାବ ତରନ୍‌ତାରନ୍‌ ଅଞ୍ଚଳର ହରପାଲ ସିଂହ ବୋଲି ଜଣାପଡିଛି । ସେ ଭାରତ-ପାକ୍‌ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିଲା । ହରପାଲ ନିକଟରୁ ଭାରତୀୟ ସେନାର ଗୁପ୍ତ ଦସ୍ତାବିଜ ଏବଂ ନକ୍ସା ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ହରପାଲ ସିଂହ କିଛି ଗୁପ୍ତ ତଥ୍ୟ ହାସଲ ପାଇଁ ଦିଲ୍ଲୀ ଆସିଥିଲା । ISI ପାଇଁ କାମ କରୁଥିବା ଆଉଜଣେ ଗୁପ୍ତଚରକୁ ଦିଲ୍ଲୀରେ ଭେଟି ଭାରତୀୟ ସେନାର କିଛି ଗୁପ୍ତ ତଥ୍ୟ ଏବଂ ଗୋପନୀୟ ଦସ୍ତାବିଜ ଦେବାର ଥିଲା । କିନ୍ତୁ ଗୁଇନ୍ଦା ତଥ୍ୟ ଆଧାରରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ।

ଅଭିଯୁକ୍ତ ହରପାଲ ସିଂହ ଅନେକଗୁଡିଏ ଏଜେନ୍ସିର ରାଡାର୍‌ ମଧ୍ୟରେ ଥିଲା । ତାକୁ ଅଫିସିଆଲ ସିକ୍ରେଟ୍‌ ଆକ୍ଟ୍‌ (OSA) ଆଧାରରେ ଗିରଫ କରାଯାଇଥିବା ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିବା ସହିତ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ ।

{"width":837,"height":558}
गिरफ्तार आरोपी हरपाल सिंह ISI के लिए पेरोल पर काम कर रहा था. ISI द्वारा हरपाल सिंह को हवाला के जरिये पैसा मुहैया करवाया जाता था

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.