ଦକ୍ଷତାର ପୁରସ୍କାର : ହାବିଲଦାର ସୀମା ଢାକାଙ୍କୁ ଏଏସଆଇ ପଦକୁ ପ୍ରମୋସନ, ଦିଲ୍ଲୀରେ ନିଖୋଜ ୭୬ ଶିଶୁଙ୍କୁ କରିଥିଲେ ଉଦ୍ଧାର

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ,୧୯/୧୧:   ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ମହିଲା ପୋଲିସ କର୍ମଚାରୀ ଏବେ ଚର୍ଚ୍ଚାରେ । ନିଜର କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱନିଷ୍ଠା ପାଇଁ ପାଇଛନ୍ତି ପଦୋନ୍ନତି । ଏହି ମହିଳା ପୋଲିସ କର୍ମଚାରୀ ସୀମା ଢାକା ଆଉଟର୍ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟ କରୁଛନ୍ତି ।  ସୀମା ୩ ମାସରେ ୭୬ଜଣ ନିଖୋଜ ଶିଶୁଙ୍କୁ ସନ୍ଧାନ କରିଥିଲେ । ଏହି କାର୍ଯ୍ୟ ପାଇଁ ସୀମାଙ୍କ ପଦୋନ୍ନତି ହୋଇଛି । ଦିଲ୍ଲୀ ପୋଲିସ କମିଶନରଙ୍କ ଆଦେଶାନୁସାରେ ତାଙ୍କୁ ଏଏସଆଇ ଭାବେ ପଦୋନ୍ନତି ମିଳିଛି ।

ସୂଚନାନୁସାରେ, ସୀମା ୨୦୦୬ରେ ପୋଲିସ କନଷ୍ଟେବଳ ଭାବେ ଚାକିରୀ ପାଇଥିଲେ । ୨୦୧୪ରେ ସେ ବିଭାଗୀୟ. ପରୀକ୍ଷା ଦେଇ ହାବିଲଦାର ହୋଇଥିଲେ । ସୀମା ମୁଖ୍ୟତଃ ଉତ୍ତର ପ୍ରଦେଶର ସାମଲିରେ ରୁହନ୍ତି । ତାଙ୍କ ପତି ମଧ୍ୟ ଦିଲ୍ଲୀ ପୋଲିସରେ ହାବିଲଦାର ଅଛନ୍ତି । ସେ ନର୍ଥ ରୋହିଣୀ ଥାନାରେ କାର୍ଯ୍ୟ କରନ୍ତି । ସୀମାଙ୍କର ୮ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି ।

{"id":364082,"sizeSlug":"large"}

ଗତ କିଛିଦିନ ଧରି ଦିଲ୍ଲୀରେ ଅନେକ ଶିଶୁ ନିଖୋଜ ହେଉଥିବା ଖବର ଚର୍ଚ୍ଚାରେ ରହିଥିଲା । ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଏବେସୁଦ୍ଧା ୫୭୨୬୧ଜଣ ଶିଶୁ ନିଖୋଜ ଥିବା ଅଭିଯୋଗ ହୋଇଛି । ଏହାମଧ୍ୟରୁ ୨୧୬୩୧ଜଣଙ୍କୁ ଠାବ କରାଯାଇଛି । ଏହାମଧ୍ୟରୁ ଦିଲ୍ଲୀ ପୋଲିସ ଗତ ୩ ମାସ ମଧ୍ୟରେ ୧୪୪୦ଜଣଙ୍କୁ ଠାବ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏହି ମିଶନରେ ସୀମା ଚଳିତ ବର୍ଷ ଅଗଷ୍ଟ ମାସରେ ନିଖୋଜ ଥିବା ଶିଶୁଙ୍କ ସନ୍ଧାନ ଦାୟିତ୍ୱ ଦିଆଯାଇଥିଲା ,। ସୀମା ୩ ମାସରେ ୭୬ଜଣଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ସୀମା ରେଳ ଷ୍ଟେସନରୁ ନେଇ ବସ୍ ଷ୍ଟାଣ୍ଡ୍, ନିଶା କାରବାର ଚାଲୁଥିବା ସ୍ଥାନରେ ସନ୍ଧାନ କରିଥିଲେ । ଏଠାରୁ ସେ ଅନେକ ଶିଶୁଙ୍କୁ ଠାବ କରିଥିଲେ । ଏପରିକି କିଛି ନାବାଳିକାଙ୍କୁ ମଧ୍ୟ ସେ ଉଦ୍ଧାର କରି ପରିବାର ଲୋକଙ୍କୁ ଦେଇଥିଲେ । ଏହି ନାବାଳିକାମାନେ ପ୍ରେମ ଜାଲରେ ଫସି ପରିବାର ଛାଡି ଚାଲିଯାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.