ଫସିଲେ ସାରା ଅଲ୍ଲୀ ଖାନ: ଦିଲ୍ଲୀ ପୋଲିସ ପଠାଇଲା ଲିଗାଲ ନୋଟିସ୍

Published By : Prameya-News7 Bureau | April 12, 2019 IST

wp:heading {"level":5}
ମୁମ୍ୱାଇ୧୨|୪: ବଲିଉଡର କ୍ୟୁଟ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଖୁବ୍‌ କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସାରା ଏବେ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଲଭ ଆଜ କଲ ୨ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ଥ ଅଛନ୍ତି। ଅଧିକାଂଶ ସମୟରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ କିଛି ଦିନ ତଳେ ଶୁଟିଂ ପାଇଁ ସାରା ଓ କାର୍ତ୍ତିକଙ୍କୁ ବୁଲା ବୁଲି କରିବାରେ ସ୍ପଟ କରାଯାଇଛି।
/wp:heading {"id":102830}

ଉଭୟ ବାଇକ୍‌ରେ ବୁଲା ବୁଲି କରିବା ସମୟରେ ସାରା ହେଲମେଟ୍‌ ପିନ୍ଧିବା ଭୁଲିଯାଇଥିଲେ। କାର୍ତ୍ତିକ ହେଲମେଟ ପିନ୍ଧିଥିବାକୁ ସେ ସୁରକ୍ଷିତ ଅଛନ୍ତି। କିନ୍ତୁ ସାରାଙ୍କୁ ଦିଲ୍ଲୀ ପୋଲିସ ଲିଗାଲ ନୋଟିସ୍‌ ପଠାଇଛନ୍ତି। ହେଲମେଟ ନପିନ୍ଧିବାର ସାରାଙ୍କୁ ସ୍ପଟ କରାଯାଇଥିଳା । ତେଣୁ ଟ୍ରାଫିକ୍‌ ନିୟମ ଭଙ୍ଗ କରିଥିବାରୁ ତାଙ୍କୁ ନୋଟିସ୍‌ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.