ହିଂସାନେଇ ହାଇକୋର୍ଟରେ ଦିଲ୍ଲୀ ପୋଲିସର ଜବାବ, କହିଲା ୪୮ ଏତଲା ରୁଜୁ, ହେଟ୍ ସ୍ପିଚ୍ ଲାଗି ଏବେ ହେବନି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭।୨:  ଦିଲ୍ଲୀ ୨୪ ଓ ୨୫ ଫେବୃଆରୀ ହିଂସା ନେଇ ଗୁରୁବାର ହାଇକୋର୍ଟରେ ଜବାବ ରଖିଛି ପୋଲିସ। ଏଥିରେ ଏପର୍ଯ୍ୟନ୍ତ ୪୮ଟି ଏତଲା ରୁଜୁ ହୋଇଥିବା କୋର୍ଟଙ୍କୁ ପୋଲିସ ସୂଚିତ କରିଥିବା ବେଳେ ହେଟ୍ ସ୍ପିଚ୍‌ ନେଇ କାର୍ଯ୍ୟାନୁଷ୍ଠାନର ଏହା ସମୟ ନୁହେଁ ବୋଲି କହିଛି। ଯଦି ଏପରି କରାଯାଏ ତେବେ ରାଜଧାନୀରେ ପରିସ୍ଥିତି ସ୍ୱଭାବିକ କରିବା ଓ ଶାନ୍ତି ସ୍ଥାପନାରେ ବାଧା ଉପୁଜିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।

{"id":229956,"width":579,"height":380,"sizeSlug":"large"}

ସେହିପରି ଉତ୍ତର-ପୂର୍ବ ଦିଲ୍ଲୀ ହିଂସାକାଣ୍ଡରେ କେନ୍ଦ୍ର ସରକାର ପକ୍ଷକାର ହେବାକୁ କରିଥିବା ନିବେଦନକୁ କୋର୍ଟ ମଞ୍ଜୁରି ଦେଇଛନ୍ତି। ସେହିପରି ପ୍ରସଙ୍ଗରେ ଜବାବ ରଖିବାକୁ କେନ୍ଦ୍ର ସରକାର ଓ ପୋଲିସକୁ ୪ ସପ୍ତାହ ସମୟ ମଧ୍ୟ ଦେଇଛନ୍ତି। ଦିଲ୍ଲୀ ହିଂସାମାମଲାର ଶୁଣାଣି କରୁଥିବା ହାଇକୋର୍ଟ ଜଷ୍ଟିସ ମୂରଲୀଧରଣ ଉତ୍ତେଜକ ଭାଷଣବାଜୀ ଲାଗି ନେତାଙ୍କ ବିରୋଧରେ ଏତଲା ରୁଜୁ ନିମନ୍ତେ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ରାତିରେ ତାଙ୍କର ବଦଳି ହୋଇଯାଇଛି।

{"id":229957,"sizeSlug":"large"}

ବୁଧବାର ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ତିରସ୍କାର ପରେ ହେଟ୍ ସ୍ପିଚ୍‌ର ଏବେ ଅନେକ ଅଭିଯୋଗ କୋର୍ଟରେ ରୁଜୁ ହୋଇଛି। ହିଂସାଦିନର ଭାଷଣ ଯୋଗୁ ନୁହେଁ ବରଂ ଦୁଇ ୩ମାସ ପୂର୍ବରୁ ଦିଲ୍ଲୀକୁ ହିଂସା ଆଡକୁ ଧକ୍କା ଦିଆଯାଉଥିଲା ବୋଲି ଅଭିଯୋଗକାରୀମାନେ କହିଛନ୍ତି। ଏଣୁ ସମସ୍ତ ମାମଲାରେ ଏତଲା ରୁଜୁ ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ତେବେ ମାମଲାରେ ଦିଲ୍ଲୀ ପୋଲିସ ନିଜର ପକ୍ଷ ରଖିବାକୁ କୋର୍ଟଙ୍କୁ ସମୟ ନିବେଦନ କରିଥିଲେ। ଏଥିରେ କୋର୍ଟ ୧୩ ଏପ୍ରିଲକୁ ଆଗାମୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.