Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଟ୍ରାକ୍ଟର ପରେଡ ହିଂସା: ପ୍ରମାଣ ଖୋଜୁଛି ଦିଲ୍ଲୀପୋଲିସ, ସାଧାରଣ ଲୋକେ ଭରସା

29/01/2021 at 8:48 PM

ନୂଆଦିଲ୍ଲୀ  ୨୯।୧:  ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା ନେଇ ଏବେ ପ୍ରମାଣ ଖୋଜୁଛି ପୋଲିସ। ଗୁରୁବାର ଦିଲ୍ଲୀ ପୋଲିସର ସର୍ବସାଧାରଣଙ୍କୁ ଏକ ନିବେଦନ କରିଛି। ଯେଉଁଥିରେ ଯଦି କେହି ଘଟଣା ବେଳର ଫଟୋ ଅଥବା ଭିଡିଓ ରଖିଥାନ୍ତି ଆଗକୁ ଆସି ପୋଲିସକୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛି।

ଦିଲ୍ଲୀ ପୋଲିସ ପକ୍ଷରୁ କରାଯାଇଥିବା ଅପିଲରେ  ୨୬ ଜାନୁୟାରୀ ୨୦୨୧ରେ ବିକ୍ଷୋଭକାରୀ ଚାଷୀ ଏକ ଟ୍ରାକ୍ଟର ରାଲି ବାହାର କରିଥିଲେ ଓ ଦିଲ୍ଲୀରେ ହିଂସା ସୃଷ୍ଟି କରିଥିଲେ ବୋଲି କୁହାଯାଇଛି। ଗଣମାଧ୍ୟମ କର୍ମଚାରୀ ଅଥବା ଜନତା ଯିଏ ଘଟଣାର ସାକ୍ଷ ଥିଲେ ବା ଘଟଣା ନେଇ କାହାପାଖରେ ସୂଚନା ଥିଲେ କି ନିଜ ମୋବାଇଲ ଫୋନରେ ଗତିବିଧିର ଭିଡିଓ କିମ୍ବା ଫଟୋ ଉଠାଇଥିଲେ ସେମାନଙ୍କୁ ଅନୁରୋଧ ଆଗକୁ ଆସି ନିଜର ବୟାନ, ଫୁଟେଜ ଅଥବା ଫଟୋ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଜମା କରନ୍ତୁ। ପ୍ରମାଣ ପ୍ରଦାନକାରୀଙ୍କ ପରିଚୟ ଗୋପନ ରଖାଯିବ ବୋଲି ଦିଲ୍ଲୀ ପୋଲିସ ପ୍ରତିଶ୍ରୁତି ଦେଇଛି।

ଏହା ଛଡା ଦିଲ୍ଲୀ ପୋଲିସ ସୂଚନା ପ୍ରଦାନ ଲାଗି ମୋବାଇଲ, ଲ୍ୟାଣ୍ଡଲାଇନ ଫୋନ ନମ୍ବର ସହ ଇ-ମେଲ ଆଇଡି ମଧ୍ୟ ଦେଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦିଲ୍ଲୀ ପୋଲିସ ଏଇଭଳି ସାଧାରଣ ଲୋକଙ୍କ ସହଯୋଗ କାମନା କରିଛି।  ଘଟଣା ଦିନ ଲାଲକିଲ୍ଲାରେ ହୋଇଥିବା କାଣ୍ଡ ନେଇ ଦିଲ୍ଲୀ ପୋଲିସ ଆଇପିସିର ଧାରା ୧୨୪-ଏ (ରାଜଦ୍ରୋହ)ରେ ମୋକଦ୍ଦମା ରୁଜୁ କରିଛି।

ଜାନୁୟାରୀ ୨୬ ଟ୍ରାକ୍ଟର ପରେଡରେ ଚାଷୀ ଅନେକ ସ୍ଥାନରେ ଟେକାପଥର ମାଡ ସହ ପୋଲିସ ଉପରେ ଆକ୍ରମଣ କରିଥିଲେ। ଫଳରେ ଦିଲ୍ଲୀ ପୋଲିସର ଅନେକ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ରାଜଧାନୀରେ ଟ୍ରାକ୍ଟର ପରେଡ ଲାଗି କୃଷକ ନେତା ଦେଇଥିବା ପ୍ରତିଶ୍ରୁତି ଖିଲାପ କରିଥିବାରୁ ଦିଲ୍ଲୀ ପୋଲିସ ଏବେ କ୍ଷୁବ୍ଧ।  ଏଣୁ ଦୋଷୀଙ୍କ ବିରୋଧରେ ଦୃଧ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଚଳାଇଛି। ଏଥିରେ ପୋଲିସ ରାଜଧାନୀବାସୀଙ୍କ ସହଯୋଗ କାମନା କରିଛି।  

   Related Posts