Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସର ନା, କାଲି ପୁଣି ବୈଠକ

21/01/2021 at 3:49 PM

ନୂଆଦିଲ୍ଲୀ ୨୧।୦୧: ଦିଲ୍ଲୀ ସୀମାରେ କୃଷକ ସଂଗଠନର ଆନ୍ଦୋଳନ ଜାରି ରହିଛି। କୃଷକ ସଂଗଠନ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି ବାହାର କରିବାକୁ ନିଜ ଜିଦ୍‌ରେ ଅଡ୍ଡି ରହିଛନ୍ତି। ଗୁରୁବାର ଦିଲ୍ଲୀ ପୋଲିସ ଓ କୃଷକ ନେତାଙ୍କ ମଧ୍ୟରେ ଏହି ବିଷୟରେ ହୋଇଥିବା ବୈଠକ ନିଷ୍ଫଳ ରହିଛି। ଏହି ବୈଠକରେ ଦିଲ୍ଲୀ ପୋଲିସ ବ୍ୟତୀତ ହରିୟାଣା ପୋଲିସ, ୟୁପି ପୋଲିସ ଓ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ।

ବୈଠକ ପରେ କ୍ରାନ୍ତିକାରୀ କିଷାନ ସଂଘର ନେତା ଦର୍ଶନ ପାଲ କହିଛନ୍ତି, ସରକାର ସୁରକ୍ଷା କାରଣର ଆଳ ଦେଖାଇ ଜନରାଜ୍ୟ ଦିବସ ଅବସରରେ ଆଉଟର ରିଙ୍ଗ୍ ରୋଡ୍‌ରେ ଟାକ୍ଟର ପରେଡ୍‌କୁ ଅନୁମତି ଦେଇ ନାହାନ୍ତି। କିନ୍ତୁ ଆମେ ସ୍ପଷ୍ଟ କରିଛୁ ଯେ, ସେଠାରେ ହିଁ ଟ୍ରାକ୍ଟର ପରେଡ୍ ବାହାରିବ। କେନ୍ଦ୍ର ସରକାରଙ୍କ ଆସନ୍ତାକାଲି କୃଷକଙ୍କ ସହିତ ବୈଠକ ପରେ ଏହି ସଂପର୍କରେ ପୁଣି ଥରେ ବୈଠକ ବସିବ ବୋଲି କୃଷକ ନେତା କହିଛନ୍ତି।

ସୂତ୍ର ଅନୁଯାୟୀ, ଗତ ବୈଠକରେ ପୋଲିସ ଅଧିକାରୀ ପ୍ରସ୍ତାବିକ ଟ୍ରାକ୍ଟର ରାଲିକୁ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡ୍ ପରିବର୍ତ୍ତେ କୁଣ୍ଡଳୀ-ମାନେସର ପଲଓ୍ଵଲ ଏକ୍ସପ୍ରେସ୍‌ରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ସୂଚନାଯୋଗ୍ୟ, ହଜାର ସଂଖ୍ୟାରେ କୃଷକ ଦିଲ୍ଲୀର ସୀମାରେ ଗତ ଦୁଇ ମାସ  ହେବ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

   Related Posts