ପୋଲିସ ଓ ଆଇନଜୀବୀ ଧସ୍ତାଧସ୍ତି ଘଟଣା: ପୋଲିସର ହେଡ୍ କ୍ବାଟର ବାହାରେ ପୋଲିସ ଯବାନଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ ୦୫।୧୧ :   ତିସ୍ ହଜାରୀ କୋର୍ଟ ବାହାରେ ପୋଲିସ  ଓ ଆଇନଜୀବୀ ଧସ୍ତାଧସ୍ତି ଘଟଣା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ମଙ୍ଗଳବାର ସକାଳେ ଦିଲ୍ଲୀ ପୋଲିସର ହେଡ୍ କ୍ବାଟର ବାହାରେ ବହୁ ମାତ୍ରାରେ ପୋଲିସ ଯବାନ ପହଞ୍ଚି ଆଇନଜୀବୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ନିଜ ହାତରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରଥିଲେ।  ସପେଟ କିନ୍ତୁ ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟକ କହିଛନ୍ତି ଯେ ଆମ ପାଇଁ ଏହା କଠିନର ସମୟ । ସମସ୍ତ ଜବାନ ଶାନ୍ତି ବଜାୟ ରଖିବା ସହ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ ।

{"id":179405}

ଆନ୍ଦୋଳନରତ ପୋଲିସ ଜବାନମାନଙ୍କ ଦାବି ରହିଛି ଯେ , ଆଇନଜୀବୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍ । ସେପଟେ ପୋଲିସ-ଆଇନଜୀବୀଙ୍କ ମଧ୍ୟରେ ଚାଲୁଥିବା ବିବାଦରେ ଦିଲ୍ଲୀ ପୋଲିସ  କେନ୍ଦ୍ର ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.