ରେସଲର ସାଗର ହତ୍ୟା ମାମଲାରେ ବଢୁଛି ସୁଶିଲ କୁମାରଙ୍କ ଅଡୁଆ : ମକ୍କୋକା ଲଗାଇପାରେ ଦିଲ୍ଲୀ ପୋଲିସ

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧/୫ : ଦିନକୁ ଦିନ ବଢିବାରେ ଲାଗିଛି ରେସଲର ସୁଶିଲ କୁମାରଙ୍କ ଅଡୁଆ । ସାଗର ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ସୁଶିଲ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି ପୋଲିସ । ଦିଲ୍ଲୀ ପୋଲିସ ସୁଶିଲ କୁମାରଙ୍କ ଉପରେ MCOCA ଲଗାଇପାରେ ବୋଲି କୁହାଯାଉଛି । MCOCA ଲାଗିଲେ ଆଉ ସୁଶିଲ କୁମାରଙ୍କୁ ଆଉ ସହଜରେ ଜାମିନ ମିଳିପାରିବ ନାହିଁ ।

MCOCA ନିୟମ ଏତେ କଠୋର ଯେ ଏହାର ଆରମ୍ଭ ପରେ ସୁଶିଲ କୁମାର ସହଜରେ ଜାମିନ ମିଳିବନି । MCOCA ଲାଗିଲେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ଅଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କାଲା ଜାଥେଡି ଏବଂ ନୀରଜ ବାୱାନାଙ୍କୁ ରାଜଧାନୀର ଟପ୍ ଗ୍ୟାଙ୍ଗଷ୍ଟର ଭାବରେ ଯୋଡିଛି । ଅଭିଯୋଗ ହୋଇଛି ଯେ ସୁଶିଲ ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ସେମାନଙ୍କ ସ୍ଥିତି ଏବଂ କାର୍ଯ୍ୟକଳାପ ବିଷୟରେ ଅବଗତ କରାଉଥିଲେ ।

ପୋଲିସର ସୂଚନାନୁସାରେ, ସୁଶିଲଙ୍କ ଭୂମିକା ପୂର୍ବତନ ବିଧାୟକ ରାମଭୀର ସୌକିନଙ୍କ ଭଳି ଥିଲା, ଯିଏ ତାଙ୍କ ଗ୍ୟାଙ୍ଗଷ୍ଟର ଜ୍ୱାଇଁ ନୀରଜ ବାୱାନାଙ୍କ ପାଇଁ ପରଦା ପଛରେ ରହି କାମ କରୁଥିଲେ । ରାମଭୀର ସୌକିନ ଏବେ ଜେଲରେ ରହୁଛନ୍ତି । ୨୦୧୮ ମସିହାରୁ ସୁଶୀଲ ଏବଂ ଗ୍ୟାଙ୍ଗଷ୍ଟରଙ୍କ ସଂପର୍କରେ ଆସି କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.