ଡିସେମ୍ବରରେ ମୃତ ଚାଷୀଙ୍କୁ ୨୬ଜାନୁୟାରୀ ହିଂସା ଲାଗି ସମନ ଜାରି କରିଛି ଦିଲ୍ଲୀ ପୋଲିସ !

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୬।୩: କୃଷକ ଆନ୍ଦୋଳନ ସମ୍ପର୍କିତ ଏକ ବିଚିତ୍ର ମାମଲା ଏବେ ସାମ୍ନାକୁ ଆସିଛି। ଦିଲ୍ଲୀ ୨୬ ଜାନୁୟାରୀ ଟ୍ରାକ୍ଟର ପରେଡ ଘଟଣାରେ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ସମନ ଜାରିକରିଛି ଯାହାଙ୍କ ମୃତ୍ୟୁ ଡିସେମ୍ବରରୁ ହୋଇ ସାରିଛି। ଗତ ଫେବୃଆରୀ ୨୪ ତାରିଖ ଦିନ ପରିବାରକୁ ନୋଟିସ୍‌ ମିଳିଥିବାର ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ୨୬ ଜାନୁୟାରୀ ଟ୍ରାକ୍ଟର ପରେଡ ଓ ତତ୍‌ଜନିକ ହିଂସାକୁ ନେଇ ଲୋକଙ୍କୁ ନୋଟିସ୍ ଜାରି କରୁଛି। ଯେଉଁଥିରେ ଏପରି ଅନେକ ଲୋକଙ୍କୁ ନୋଟିସ୍‌ ଦିଆଯାଇଛି ଯେଉଁମାନଙ୍କର କୃଷକ ଆନ୍ଦୋଳନ ଦୂରର କଥା ଚାଷବାସ ସହ ମଧ୍ୟ ସମ୍ପର୍କ ନାହିଁ।

{"id":418794,"sizeSlug":"large","linkDestination":"none"}

ଏଥିରେ ପୋଲିସ ପ଼ଞ୍ଜାବ କୁରାଳୀର ୩ ଭାଇଙ୍କୁ ନୋଟିସ ଜାରି କରିଛି। ଯେଉଁମାନଙ୍କ ମଧ୍ୟରୁ ଜଣକର ଡିସେମ୍ବର ୩୧ତାରିଖରୁ ମହାପ୍ରାୟଣ ହୋଇସାରିଥିବା ବେଳେ ଅନ୍ୟ ଜଣେ ବୟସାଧିକ୍ୟ କାରଣରୁ ଘରୁ ଉଠିପାରୁନାହାନ୍ତି। ସେହିପରି ଆର ଭାଇ ଜଣକ ଶିକ୍ଷକତା କରୁଥିବା ବେଳେ ଚାକିରୀରୁ ଅବସର ନେବା ପରଠାରୁ ସେ କେବେ ଗାଁକୁ ଆସି ମଧ୍ୟ ନାହାନ୍ତି।

ଏଥିରେ ଦିଲ୍ଲୀ ପୋଲିସର ସମନ ପରିବାର ଲୋକଙ୍କୁ ଚକିତ କରିଛି। ମାମଲା ନେଇ ପରିବାର ଲୋକେ କିଷାନ ମୋର୍ଚ୍ଚା ଲିଗାଲ ଟିମ୍‌କୁ ଭେଟିଥିବା ବେଳେ ସହାୟତା ଲାଗି ଆଶ୍ୱାସନା ମିଳିଥିବା କହିଛନ୍ତି। ନୋଟିସ୍‌ରୁ ୨୬ ଜାନୁୟାରୀ ଦିଲ୍ଲୀ ହିଂସା ମାମଲାରେ ପୋଲିସର ତଦନ୍ତକୁ ନେଇ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।  ହୁଏତ ପୋଲିସ ମାମଲାର ତଦନ୍ତ କରୁ ନାହିଁ ନଚେତ କୌଣସି ପ୍ରକାର ଲୋକଙ୍କ ନାମ ଠିକଣା ଯୋଗାଡ କରି ନୋଟିସ କରୁଥିବାର ଏବେ ସନ୍ଦେହ କରାଯାଉଛି।

{"id":418797,"sizeSlug":"large","linkDestination":"none"}

ଏଣୁ ଭାରତୀୟ କିଷାନ ୟୁନିୟନ (ଏକତା) ନେତା ବୁଟ୍ଟା ସିଂହ ବୁର୍ଜଗିଲ ନୋଟିସ୍‌ ପାଇ ସିଧା ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସକୁ ନ ଯିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ହିଂସା ମାମଲାରେ ପୋଲିସ ଏପରି ଅନେକ ଲୋକଙ୍କୁ ନୋଟିସ୍‌ କରିଛି ଯେଉଁମାନଙ୍କର ୨୬ ଜାନୁୟାରୀ ପୂର୍ବରୁ ପରଲୋକ ହୋଇଛି। ଏଣୁ ମାମଲାରେ ପଞ୍ଜାବ ସରକାରଙ୍କୁ ଏପରି ଲୋକଙ୍କ ସହୟତା ଲାଗି ମଧ୍ୟ ନିବେଦନ କରାଯାଇଥିବା ବୁର୍ଜଗିଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.