ଭାରତରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କଲା ଦିଲ୍ଲୀ ପୋଲିସ

Published By : Prameya-News7 Bureau | September 30, 2019 IST

ନୂଆଦିଲ୍ଲୀ୩୦|୯: ଭାରତରେ ବେଇଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଅଭିଯାନ ଆରମ୍ଭ କରିଦେଇଛି। ଗତ ୯ ମାସ ମଧ୍ୟରେ ୨୩୦ ବିଦେଶୀ ନାଗରିକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ସହ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଯାଇଥିଲା। ଏହସହ ନିଶା କାରବାର ଓ ଠକେଇ ଅଭିଯୋଗରେ ୪୫ ବିଦେଶୀ ନାଗରିକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଜେଲ ପଠାଇଦେଇଛି।

ସୂଚନାଯୋଗ୍ୟ ଯେ, ବହୁ ସଂଖ୍ୟାରେ ବିଦେଶୀ ନାଗରିକ ଭାରତରେ ବେଇଆଇନ ଭାବେ ରହୁଛନ୍ତି। କାମ ଖୋଜିବା ଓ ବୁଲିବା ପାଇଁ ଆସୁଥିବା ବିଦେଶୀ ନାଗରିକଙ୍କ ଭିସାର ଅବଧି ଶେଷ ହେବା ପରେ ବି ସେମାନେ ନିଜ ଦେଶକୁ ନ ଫେରି ଭାରତରେ ବେଆଇନ ଭାବେ ରହୁଛନ୍ତି। ବିନା ପ୍ରମାଣପତ୍ରରେ ଦିଲ୍ଲୀରେ  ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକା ଦେଶର ନାଗରିକ ରହିଛନ୍ତି। ଦ୍ବାରିକା ଜିଲ୍ଲାରେ ସବୁଠାରୁ ଅଧିକ ୭୯ ବିଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଦେଶକୁ ପଠାଇଦେଇଛି।

ନିଶା କାରବାରରେ ସଂପୃକ୍ତ ଥିବା ୨୫ ଜଣ ବିଦେଶୀ ନାଗରିକଙ୍କୁ ଦ୍ବାରିକା ପୋଲିସ ଗିରଫ କରିଥିଲା। ସେହିପରି ଫେସବୁକ୍, ଇନଷ୍ଟାଗ୍ରାମ ସହ ସୋସିଆଲ ମିଡିଆରେ ଅନ୍ୟ ପ୍ଲାଟଫର୍ମ ମାଧ୍ୟରେ ବିଦେଶୀ ନାଗରିକ ଠକେଇ କରୁଥିଲେ। ଏ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ୪୫ ଜଣ ବିଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.