କରୋନାକୁ ନେଇ ସକ୍ରିୟ ସାଇବର ଅପରାଧୀ : ସାବଧାନ ରହିବାକୁ ପୋଲିସ ଜାରି କଲା ଆଡ଼ଭାଇଜାରୀ

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮/୦୩ : ପୁରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସକୁ ନେଇ ଭୟଭୀତ ହୋଇରହିଛି | ଏମିତି ପରିସ୍ଥିତିରେ ସାଇବର ଅପରାଧୀ ଲୋକଙ୍କୁ ଠକିବାରେ ଚେଷ୍ଟା କରୁଥିବା ଦିଲ୍ଲୀ ପୋଲିସ ଆଶଙ୍କା କରୁଛି | କରୋନା ଭାଇରସ ନାଁରେ ଲୋକଙ୍କୁ ଠକେଇ କରିବା ଆଶଙ୍କାରେ ଦିଲ୍ଲୀ ପୋଲିସ ଏକ ଆଡ଼ଭାଇଜାରୀ ଜାରି କରିଛି | ଅପରାଧୀ ଏହି ମହାମାରୀ ନାଁରେ ଲୋକଙ୍କୁ ଠକି ପାରନ୍ତି ବୋଲି ଦିଲ୍ଲୀ ପୋଲିସ ଆଶଙ୍କା କରିଛି | 

{"id":245186,"sizeSlug":"large"}

ପୋଲିସ କହିଛି ଯେ,  ଅପରାଧୀମାନେ ଏହି ମହାମାରୀ ନାଁରେ ଲୋକଙ୍କୁ ଠକି ପାରନ୍ତି। ଅପରାଧୀମାନେ ଲୋକଙ୍କୁ ରୋଗୀର ସମ୍ପର୍କୀୟ କହି ଟଙ୍କା ମାଗି ପାରନ୍ତି । କିମ୍ବା ଇମେଲ ମାଧ୍ୟମରେ ଠକେଇ କରିପାରନ୍ତି |ସାଇବର ଅପରାଧୀମାନେ ରୋଗୀର ସମ୍ପର୍କୀୟ ହେବା କିମ୍ବା ସାଙ୍ଗମାନଙ୍କ ନିକଟକୁ ଟଙ୍କା ପଠାଇବା ନାଁରେ ଲୋକଙ୍କୁ ଯୋଗାଯୋଗ କରିଥାନ୍ତି  । ସାଇବର ଅପରାଧୀମାନେ ଇ-ମେଲ ପଠାଇ ନିଜକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହି ଲୋକଙ୍କ ମନରେ କରୋନା ସମ୍ପର୍କରେ ଭୟ ସୃଷ୍ଟି କରିପାରନ୍ତି | ପୁଣି ସେହି ଇମେଲରେ ପ୍ରଦତ୍ତ ଲିଙ୍କ ମାଧ୍ୟମରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ମାଗିପାରନ୍ତି | ଏହି ସୂଚନା ମାଧ୍ୟମରେ ଅପରାଧୀମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରିପାରନ୍ତି ବୋଲି ଦିଲ୍ଲୀ ପୋଲିସ ଆଶଙ୍କା କରିଛନ୍ତି |

{"id":245187,"sizeSlug":"large"}

ଅପରାଧୀ କରୋନା ଭାଇରସ ସମ୍ପର୍କରେ ଫେକ ୱେବସାଇଟ ତିଆରି କରିପାରନ୍ତି | ଇ-କମର୍ସ କିମ୍ବା ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାଇରସ ଠିକ କରିବା ଔଷଧ, ପରୀକ୍ଷା କିଟ୍ ବିକ୍ରି କରିବା ବାହାନାରେ ଆପଣଙ୍କ ଆକାଉଣ୍ଟ ଡିଟେଲ ମଧ୍ୟ ମାଗିପାରନ୍ତି | କିମ୍ବା UPI ମାଧ୍ୟମରେ ଟଙ୍କା ପଠାଇବା ବିଷୟରେ କଥାବାର୍ତ୍ତା କରିପାରନ୍ତି | ଏହାଦ୍ୱାରା ଅପରାଧୀମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରନ୍ତି । ସାଇବର ମାଧ୍ୟମରେ ଠକେଇ ସମ୍ଭାବନା ନେଇ ଇଣ୍ଟରପୁଲ ମଧ୍ୟ ପ୍ରକାଶ କରିଛି ଏବଂ କରୋନା ନାଁରେ ବିଭିନ୍ନ ଦେଶରେ ଟଙ୍କା ହଡପ କରାଯାଇପାରେ ବୋଲି ଚେତାବନୀ ଦେଇଛି । ତେଣୁ ସମସ୍ତେ ସାବଧାନ ରହିବା ନିହାତି ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.