Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସାଗର ହତ୍ୟାକାଣ୍ଡରେ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ

2/08/2021 at 4:14 PM

ନୂଆଦିଲ୍ଲୀ ୦୨।୦୮: ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀ ପୋଲିସ ସୋମବାର ରୋହିଣୀ କୋର୍ଟରେ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍‌ରେ ଅଲିମ୍ପିକ ପଦକ  ବିଜେତା ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି।

ସୂଚନା ଅନୁଯାୟୀ, କ୍ରାଇମ ବ୍ରାଞ୍ଚର ଏହି ଚାର୍ଜସିଟ୍‌ରେ ପହିଲମାନ ସୁଶୀଳ କୁମାରଙ୍କ ସମେତ ପାଖାପାଖି ୨୦ ଅଭିଯୁକ୍ତଙ୍କ ନାମ ସାମିଲ। ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବାଙ୍କ ଅଦାଲତରେ ଦାଖଲ ଚାର୍ଜସିଟ୍‌ରେ ପୋଲିସ କହିଛି, ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୫ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇସାରିଥିବା ବେଳେ ବାକି ୫ ଫେରାର ଅଛନ୍ତି।

ପୋଲିସ ଅନୁଯାୟୀ, ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୁଶୀଲ କୁମାର। ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି। ଭିଡିଓରେ ସୁଶୀଲ ଏବଂ ତାଙ୍କ ସାଥୀ ସାଗରଙ୍କୁ ଲାଠିରେ ମାଡ ମାରୁଥିବା ଦେଖିବାକୁ ମିଳିଛି। ସୁଶୀଲଙ୍କୁ ମେ ୨୩ରେ ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଛତ୍ରସାଲ ଷ୍ଟାଡିୟମରେ ହୋଇଥିବା ବିବାଦ ସମ୍ଵନ୍ଧିତ ମାମଲାର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ରାତିରେ ଦିଲ୍ଲୀ ମୋଡେଲ୍ ଥାନା ଅଞ୍ଚଳରେ ପହିଲମାନ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଏକ ଫ୍ଲାଟରୁ ସାଗର ରାଣା ଏବଂ ତାଙ୍କ ବନ୍ଧୁ ସୋନୁ ମହାଲ ଓ ଅମିତ୍ କୁମାରଙ୍କ ଅପହରଣ କରିଥିଲେ। ପୁଣି ଛତ୍ରସାଲ ଷ୍ଟାଡିୟମ ଆଣି ପାର୍କିଂରେ ନିର୍ମମ ମାଡ ମାରିଥିଲେ। ଏଥିରେ ସାଗର ଗୁରୁତର ଭାବେ ଆହତ ହୋଇଥିଲେ। ପରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

   Related Posts