Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ ପାଲ ସମେତ ୪ କୃଷକ ନେତାଙ୍କ ବିରୋଧରେ ପୋଲିସର FIR

27/01/2021 at 5:02 PM

ନୂଆଦିଲ୍ଲୀ ୨୭।୧: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ପୋଲିସ କୃଷକ ନେତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ବେଳେ ଏଥିରେ ଦର୍ଶନ ପାଲ ସିଂହ, ରାଜିନ୍ଦର ସିଂହ, ବଲବୀର ସିଂହ ରାଜେୱାଲ, ବୁଟା ସିଂହ ବୁର୍ଜ ଗିଲ ଓ ଯୋଗିନ୍ଦର ସିଂହ ନାମ ରହିଛି।

ଟ୍ରାକ୍ଟର ପରେଡ ଲାଗି ପୋଲିସ ଜାରି କରିଥିବା ଏନଓସି ଉଲ୍ଲଂଘନ ନିମନ୍ତେ ଭାରତୀୟ କିଷାନ ୟୁନିୟନ (ବିକେୟୁ)ମୁଖପାତ୍ର  ରାକେଶ ଟିକାୟତଙ୍କ ନାମ ମଧ୍ୟ ଏତଲାରେ ଥିବା ଜଣାପଡିଛି। ଫଳରେ ଦିଲ୍ଲୀ ହିଂସା ମାମଲାରେ ପୋଲିସ ପକ୍ଷରୁ ରୁଜୁ ଏତଲା ସଂଖ୍ୟା ୨୨ରେ ପହଞ୍ଚିଛି।

ଚାଷୀଙ୍କ ଟ୍ରାକ୍ଟର ପରେଡ ବେଳେ ଦିଲ୍ଲୀର ଯେଉଁସବୁ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା ସେ ସବୁ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି। ଏଥିରେ ପୋଲିସ ଫେସିୟାଲ ରିକଗ୍ନେସନ ସଫ୍ଟୱେରରେ ପକାଇ ଫୁଟେଜ ଚଳାଇ ଉପଦ୍ରବୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଥିବାର ସୂଚନା ମିଳିଛି। ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି କୃଷକନେତାମାନେ ଏବେ ସେମାନଙ୍କର ବୟାନ ବଦଳାଇ ଦେଇଛନ୍ତି। ସେମାନେ ଚାଷୀଙ୍କ ହିଂସାତ୍ମକ ପ୍ରଦର୍ଶନରୁ ନିଜକୁ ଦୂରେଇ ନେଉଥିବା ବେଳେ ପ୍ରଶାସନ ଓ ପୋଲିସର ଦୁର୍ବଳତା ଯୋଗୁ ଏପରି ହେଲା ବୋଲି କହୁଛନ୍ତି।

ସେପଟେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ବୁଧବାର ଲାଲକିଲ୍ଲା ପରିଦର୍ଶନ କରିଛନ୍ତି। ତାଙ୍କ ସହ ପ୍ରତ୍ନତତ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉପଦ୍ରବକାରୀଙ୍କ ଯୋଗୁ ଜାତୀୟ ଐତିହ୍ୟର ହୋଇଥିବା କ୍ଷୟକ୍ଷତି ଆକଳନ କରିଛନ୍ତି। ତୁରନ୍ତ ମାମଲାରେ ପୋଲିସ ଏତଲା ଦେବା ଲାଗି କେନ୍ଦ୍ର ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   

   Related Posts