ମକରଜ୍ ମୁଖ୍ୟ ମୌଲାନା ସାଦ୍‌ଙ୍କ ବିରୋଧରେ FIR, କ୍ରାଇମବ୍ରାଞ୍ଚର ତନାଘନା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩:  କରୋନା ସଂକ୍ରମଣ ଯୋଗୁ ଦେଶ ଲକଡାଉନ୍‌ରେ ଥିବା ବେଳେ ନିଜାମୁଦ୍ଦିନ ମସଜିଦ୍ ପକ୍ଷରୁ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଏବେ ଚିନ୍ତାରେ ପକାଇଛି। ଏଥିରେ ଯୋଗଦେଇଥିବା ଅଧିକାଂଶ ଲୋକେ କୋଭିଡ୍-୧୯ ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି  ସମସ୍ତ ଆକ୍ରାନ୍ତଙ୍କ ନମୁନା ପଜେଟିଭ ମିଳିଛି।

{"id":247156,"sizeSlug":"large"}

ଘଟଣା ପ୍ରକାଶକୁ ଆସିବା ପରେ ପୋଲିସ ପଶ୍ଚିମ ନିଜାମୁଦ୍ଦିନକୁ କର୍ଡନ କରି ରଖିଥିବା ବେଳେ ମକରଜ ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏତଲ୍ଲା ରୁଜୁ କରିଛନ୍ତି।  ମାମଲାର ତଦନ୍ତ ଭାର ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ପୋଲିସ ଅପରାଧ ଶାଖା ଏବେ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଦେଶ ଓ ବିଦେଶରୁ ଅନେକ ଲୋକେ ଆସିଥିଲେ। ଏଣୁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି।

{"id":247157,"width":581,"height":387,"sizeSlug":"large"}

କରୋନା ଜନିତ ସଂକଟ ବେଳେ ଜାତୀୟ ରାଜଧାନୀରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଲାଗି ମକରଜ ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ଇପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଧାରା ୨୬୯, ୨୭୦, ୨୭୧ଏବଂ ଆଇପିସିର ଧାରା ୧୨୦-ବି ଧାରାରେ ମୋକଦ୍ଦମା ରୁଜୁ ହୋଇଛି। ତେବେ ଉପୁଜିଥିବା ପରିସ୍ଥିତିରେ କାହାର ଦୋଷ ତ୍ରୁଟି ଖୋଜିବାର ଏହା ବେଳ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ।

{"id":247158,"sizeSlug":"large"}

ଧାର୍ମିକ କାର୍ଯ୍ୟକ୍ରମକୁ ଆସିଥିବା ୭ଶହ ଲୋକେ କ୍ୱାରେଣ୍ଟାଇନରେ ଥିବା ବେଳେ ୩୩୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାର ଦେଶରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ଠୁଳ ହେବା ନିଷିଦ୍ଧ କରିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମାଲେସିଆ, ଇଣ୍ଡୋନେସିଆ ଓ ସାଉଦି ଆରବରୁ ବି ଲୋକେ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.