ପୋଲିସ ଚାର୍ଜସିଟ୍ ଖୋଲିଲା ଗୁମର ! ଦିଲ୍ଲୀକୁ ଦଙ୍ଗାରେ ଜାଳିବାକୁ ହୋଇଥିଲା Whats app ଗ୍ରୁପ୍

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୨।୭: ଉତ୍ତର-ପୂର୍ବ ଦିଲ୍ଲୀ ଗୋକୁଲପୁରୀ ହିଂସାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଗୁରୁବାର ଚାର୍ଜସିଟ୍‌ ଦାଖଲ କରିଛି। କଡକଡଡୁମା କୋର୍ଟରେ ଦାଖଲ ଚାର୍ଜସିଟ୍‌ରେ ଦିଲ୍ଲୀକୁ ଦଙ୍ଗାରେ ଜାଳିବାକୁ ଓ ଏକ ବିଶେଷ ସମୂଦାୟର ଲୋକଙ୍କ ହତ୍ୟା ଲାଗି ଏକ ହ୍ୱାଟସ୍‌ ଆପ୍‌ ଗ୍ରୁପ ଚଳାଯାଇଥିଲା ବୋଲି ଦର୍ଶାଯାଇଥିବା ବେଳେ ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଉଲ୍ଲେଖ ରହିଛି।

{"id":295021,"sizeSlug":"large"}

କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଥିବା ଚାର୍ଜସିଟ୍‌ରେ ଗୋକୁଲପୁରୀ ଅଞ୍ଚଳର ଜୋହରୀପୁର ପୋଲ ତଳୁ ପୋଲିସ ୯ଟି ଶବ ଉଦ୍ଧାର କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିବା ସୂଚିତ କରିଛି। ଦିଲ୍ଲୀରେ ସମ୍ପ୍ରଦାୟୀକ ଦଙ୍ଗା ଲାଗି ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିବା  ଓ ଏଥିପାଇଁ ଦଙ୍ଗାକାରୀ ହ୍ୱାଟସ୍‌ ଆପ ଗ୍ରୁପରେ ୧୨୫ ଜଣଙ୍କୁ ଯୋଡିଥିବା ତଦନ୍ତରେ ଜଣାପଡିଛି  ବୋଲି ପୋଲିସ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।

{"id":295022,"sizeSlug":"large"}

ଦିଲ୍ଲୀ ଦଙ୍ଗାର ଦିନକ ପୂର୍ବରୁ ଏହି ଗ୍ରୁପ କରାଯାଇଥିବା ବେଳେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଏଥିରେ ଜଡିତ ଥିଲେ। ତେବେ ଏହି ଗ୍ରୁପ ଚଳାଇଥିବା ଅଭିଯୁକ୍ତ ଏବେବି ପୋଲିସ ଗିରଫରୁ ବର୍ତ୍ତିବା ଲାଗି ଆତ୍ମଗୋପନ କରିଥିବା ଉଲ୍ଲେଖ କରାଯାଇଛି।  ଦଙ୍ଗାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯିବା ପରେ ତା ମୋବାଇଲ ଫୋନରୁ ହ୍ୱାଟ୍‌ସଆପ୍ ଗ୍ରୁପର ସୂଚନା ମିଳିଥିଲା। ତୁରନ୍ତ ଗୋଷ୍ଠୀର ସନ୍ଧାନ ଲାଗି ଉଦ୍ୟମ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ପର୍ଯ୍ୟନ୍ତ ପୋଲିସ ପହଞ୍ଚିପାରି ନାହିଁ।

{"id":295024,"width":578,"height":324,"sizeSlug":"large"}

ଦିଲ୍ଲୀରେ ୩ ମାର୍ଚ୍ଚ ୨୦୨୦ରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ଏ ନେଇ ଗୋକୁଲପୁରୀ ଥାନାରେ ହୋଇଥିବା ୩ଟି ଏତଲା ଆଧାରରେ ଏହି ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରାଯାଇଥିବା ବେଳେ ଗିରଫ ୯ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବିଚାରବିଭାଗୀୟ ହାଜତରେ ଥିବା ଦଙ୍ଗାକାରୀଙ୍କ ବିରୋଧରେ ପୋଲିସ ହତ୍ୟା, ଷଡଯନ୍ତ୍ର ଓ ଅନ୍ୟାନ୍ୟ ଅପରାଧୀକ ଧାରାରେ ମୋକଦ୍ଦମା ରୁଜୁ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.