Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କମିଶନର କହିଲେ ହିଂସାରୁ ବାଦ ନଥିଲେ କୃଷକ ନେତା, ୫୦ ଗିରଫ, ୨୫ ଜଣଙ୍କ ବିରୋଧରେ ହୋଇଛି FIR

27/01/2021 at 9:41 PM

ନୂଆଦିଲ୍ଲୀ ୨୭।୧: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ହିଂସାକୁ ନେଇ ଦିଲ୍ଲୀ ପୋଲିସ କମିଶନର ଏସ୍.ଏନ୍. ଶ୍ରୀବାସ୍ତବ ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ରାଜଧାନୀରେ ଟ୍ରାକ୍ଟର ପଶେଇ ଆତଙ୍କ ରଚିବାରେ କୃଷକନେତା ବି ବାଦ ନଥିବା କହିଛନ୍ତି। କମିଶନର କହିଛନ୍ତି ଯେ ଆମକୁ ଏପରି ଅନେକ ଭିଡିଓ ମିଳିଛି ଯେଉଁଥିରେ ପରିସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ କୃଷକନେତା ଟ୍ରାକ୍ଟର ଚଳାଉଥିବା ଚାଷୀଙ୍କୁ ଏଥିଲାଗି ଉତ୍ସାହିତ କରୁଥିବା ଦେଖାଯାଇଛି।

ଏଣୁ ଆନ୍ଦଳନରୁ ନିଜକୁ ପୃଥକ କରି ନେଉଥିଲେ ବି ଏପରି କୃଷକନେତା ପୋଲିସ କାର୍ଯ୍ୟାନୁଷ୍ଠାନରୁ ବାଦ ପଡିବେନି ବୋଲି ଚେତାଇ ଦେଇଛନ୍ତି। ମାମଲାରେ ପୋଲିସ ରାଜଧାନୀର ବିଭିନ୍ନ ସ୍ଥାନରୁ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଉପଦ୍ରବକାରୀଙ୍କୁ ଗିରଫ କରିଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ବିରୋଧରେ ଏତଲା ରୁଜୁ କରିଥିବା କହିଛନ୍ତି।

ଏତଲା ରୁଜୁ ହୋଇଥିବା ଲୋକଙ୍କ ମଧ୍ୟରେ କୃଷକନେତା ମଧ୍ୟ ଥିବାର କମିଶନର କହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ କୃଷକ ଟ୍ରାକ୍ଟର ପଶେଇ ଆତଙ୍କ ଖେଳାଇବା ସହ ଲାଲକିଲ୍ଲାରେ ସମସ୍ତ ସୀମା ଅତିକ୍ରମ କରିଥିଲେ। ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ଅଟକାଇବାକୁ ଯାଇ ଦିଲ୍ଲୀ ପୋଲିସର ୩୯୪ ଜଣ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ବେଳେ ୩୦ରୁ ଅଧିକ ଗାଡ଼ି ଜଖମ ହୋଇଥିବର ସୂଚନା ଦେଇଛନ୍ତି।  

ରାଜଧାନୀରେ ବିତ୍ପାତ କରୁଥିବା ଲୋକଙ୍କୁ ଆୟତ୍ତ କରିବା ଲାଗି ପୋଲିସର ଅନେକ ବିକଳ୍ପ ଥିଲା। ହେଲେ ଏପରି କାଣ୍ଡ କରୁଥିବା ଲୋକେ ଚାଷୀ ହୋଇଥିବାରୁ ପୋଲିସ ହାତଯୋଡି ରହିବାକୁ ବାଧ୍ୟ ହୋଇଥିଲା ବୋଲି କମିଶନର କହିଛନ୍ତି। ସେହିପରି ଯେଉଁମାନଙ୍କୁ ଭରସା କରି ପୋଲିସ ପରେଡ ଲାଗି ଅନୁମତି ପ୍ରଦାନ କରିଥିଲା ସେମାନେ ନିଜେ ଏହାର କାରଣ ହୋଇଥିବା ଦେଖିବା ପରେ ପୋଲିସ ଏବେ ନିଜର ପ୍ରସ୍ତୁତି କରିନେଇଥିବା କହିଛନ୍ତି। ଯେଉଁ କୃଷକନେତାଙ୍କ ବିରୋଧରେ ମଜଭୁତ ପ୍ରମାଣ ମିଳିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କମିଶନର କହିଛନ୍ତି।

ଚାଷୀଙ୍କ ପାଇଁ ବନ୍ଦ ହୋଇନି ଆଲୋଚନାର ମାର୍ଗ
ତେବେ ୨୬ ଜାନୁୟାରୀ ଦିଲ୍ଲୀ ହିଂସା ପରେ ବି ଚାଷୀଙ୍କ ଲାଗି ଆଲୋଚନାର ମାର୍ଗ ବନ୍ଦ ହୋଇନଥିବା ସରକାର ବୁଧବାର କହିଛନ୍ତି। ଚାଷୀଙ୍କ ସହ ଆଲୋଚନାର ମାର୍ଗ ବନ୍ଦ ହୋଇଥିବା ସରକାର କୌଣସିଠାରେ କହିନଥିବା ଓ ପୁଣି ନୂଆକରି ଆଲୋଚନା ଉପରେ ଜୋର ଦେଉଥିବା ମନ୍ତ୍ରୀମଣ୍ଡଳ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି। ତେବେ ନୂଆକରି ଆଲୋଚନା ଆରମ୍ଭ କରିବା ଲାଗି ସରକାର ଚାଷୀଙ୍କୁ ସୂଚିତ କରିବେ ବୋଲି କହିଛନ୍ତି।

   Related Posts