Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଜାଲ୍‌ ନିଯୁକ୍ତି ରାକେଟ୍‌: ସରକାରୀ ଚାକିରୀ ଦେବାକୁ କହି ୨୭ ହଜାର ପ୍ରାର୍ଥୀଙ୍କଠୁ ଠକିଛନ୍ତି କୋଟିଏ ଟଙ୍କା, ୫ ଗିରଫ

5/11/2020 at 6:16 PM

ନୂଆଦିଲ୍ଲୀ ୫/୧୧: କରୋନା କାଳରେ ସରକାରୀ ଚାକିରୀ ସ୍ବପ୍ନ ପାଲଟିବାକୁ ବସିଛି ! ସରକାରୀ ଚାକିରୀଟିଏ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସରକାରଙ୍କ ପାଖରେ ନାହିଁ ସମାଧାନ ସୂତ୍ର। ତେବେ ଏହି ସମୟରେ ସକ୍ରୀୟ ହୋଇଛି ଜାଲ୍‌ ନିଯୁକ୍ତି ରାକେଟ୍‌। ଫେକ୍‌ ଓ୍ବେବସାଇଟ୍‌ ଖୋଲି ଆଶାୟୀଙ୍କୁ ଲୁଟୁଛନ୍ତି। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦିଲ୍ଳୀ ପୋଲିସ୍‌ର ସାଇବର କ୍ରାଇମ୍‌ ସେଲ୍‌।

ଓ୍ବେବସାଇଟ୍‌ ଖୋଲି ଏଥିରେ ମିଥ୍ୟା ଚାକିରୀର ବିଜ୍ଞାପନ ଦେଇ ୨୭ ହଜାର ଆଶାୟୀଙ୍କୁଠୁ କୋଟିଏରୁ ଅଧିକ ଟଙ୍କା ଲୁଟିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ୩ଟି ଲାପଟପ୍‌, ୭ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିବା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ତେବେ ଏହି ଆକାଉଣ୍ଟରେ ୪୯ ଲକ୍ଷ ଟଙ୍କା ଥିବା ପୋଲିସ କହିଛି।

ତେବେ ଏହି ଗ୍ୟାଙ୍ଗ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନାଁରେ ଏକ ନକଲି ଓ୍ବେବ୍‌ସାଇଟ୍‌ ଖୋଲି ୧୩,୦୦୦ ପୋଷ୍ଟରେ ଭ୍ୟାକେନ୍ସି ନେଇ ନୋଟିଫିକେସନ୍‌ ଜାରି କରିଥିଲା। ଏହା ସହ ଚାକିରୀ ନେଇ ୧୫ ଲକ୍ଷ ମେସେଜ୍‌ ମଧ୍ୟ କରିଥିଲା । ଏହି ନୋଟିଫିକେସନ୍‌ ପଢ଼ି ୨୭୦୦୦ ପ୍ରାର୍ଥୀ ବିଭିନ୍ନ ପୋଷ୍ଟ ପାଇଁ ଆବେଦନ କରିବା ସହ ଟଙ୍କା ମଧ୍ୟ ପୈଠ କରୁଥିଲେ। ପରେ ଗ୍ୟାଙ୍ଗର ସଦସ୍ୟ ଏଟିଏମରୁ ଟଙ୍କା ଉଠାଣ କରୁଥିବା ଦିଲ୍ଲୀ ପୋଲିସ ସାଇବର ସେଲ୍‌ର ଡିସିପି ଅନୈଶ ରୟ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜଣେ ପ୍ରାର୍ଥୀ ଠକାମୀରେ ଶିକାର ହେବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ଏନେଇ ତଦନ୍ତ କରିବା ପରେ ପୋଲିସ ଜାଲ୍‌ ନିଯୁକ୍ତି ରାକେଟ୍‌ର ସନ୍ଧାନ ପାଇଥିଲା। ତେବେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ୫୦ ବର୍ଷୀୟ ରାମଧାରି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ରାମଧାରି ବ୍ୟତୀତ ଅମନଦୀପ ଖାଟକରି, ସୁନ୍ଦର ସିଂହ , ସନ୍ଦୀପ ଓ ଜେଗେନ୍ଦେର ସିଂହଙ୍କୁ ବି ଗିରଫ କରିଛି ପୋଲିସ। ତେବେ ଏମାନେ ପ୍ରତି ଆବେଦନ ପାଇଁ ୩୦୦-୫୦୦ ଟଙ୍କା ଫି ଧାର୍ଯ୍ୟ କରିଥିଲେ। ୨୭୦୦୦ ପ୍ରାର୍ଥୀ ବିଭିନ୍ନ ପୋଷ୍ଟ ଆବେଦନ କରିଥିବା ବେଳେ ଗ୍ୟାଙ୍ଗକୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମିଳିଥିବା ଅଭିଯୁକ୍ତମାନେ ପୋଲିସକୁ କହିଥିବା ସୂଚନା ମିଳିଛି।  

   Related Posts