Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଦିଲ୍ଲୀ ପୋଲିସ ASI କରୋନା ପଜିଟିଭ୍ : AIIMSରେ ଭର୍ତ୍ତି, କ୍ବାରେଣ୍ଟାଇନ୍‌ରେ ପରିବାର ସଦସ୍ୟ

8/04/2020 at 4:07 PM

ନୂଆଦିଲ୍ଲୀ ୮।୪: ଦିଲ୍ଲୀରେ ଜଣ ପୋଲିସ ଏଏସଆଇ କରୋନା ଭାଇରସ୍ ରେ ପଜିଟିଭ ଥିବା ଜଣାପଡିଛି । ଏହାପରେ କଲକାଜୀ ସ୍ଥିତ ଦିଲ୍ଲୀ ପୋଲିସ ରେସିଡେନ୍ସିଆଲ କଲୋନୀରେ ଆତଙ୍କ ଖେଳିଯାଇଥିଲା । ଏହି କଲୋନୀରେ ସଂପୃକ୍ତ ପୋଲିସ ଏଏସଆଇ ଜଣଙ୍କ ରହୁଥିବା ଜଣାପଡିଛ ।ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ଏଏସଆଇଙ୍କ ବୟସ ୪୯-୫୦ ବର୍ଷ ମଧ୍ୟରେ ହେବ । ତାଙ୍କୁ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ କ୍ବାରେଣ୍ଟାଇନ୍ କରାଯାଇଛି । ତାଙ୍କ ପରିବାର ସଦସ୍ୟଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି ।

କାଲକାଜୀ ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି, “ଏଏସଆଇ ଅନେକ ଦିନ ହେଲା ଛୁଟିରେ ଥିଲା । ତାଙ୍କଟାରେ କାଶ ଏବଂ ଜ୍ବରର ଲକ୍ଷଣ ଦେଖାଉଥିଲେ । ପରୀକ୍ଷା କରାଯିବା ପରେ ସେ କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି ।

ଦିଲ୍ଲୀ ପୋଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସମଗ୍ର ପୋଲିସ ରେସିଡେନ୍ସିଆଲ କଲୋନୀକୁ ସିଲ୍ କରାଯାଇଛି । କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । ଦିଲ୍ଲୀ ପୋଲିସ ଟ୍ରାଫିକ ବିଭାଗରେ ସଂପୃକ୍ତ ଏଏସଆଇ କାର୍ଯ୍ୟ କରୁଥିଲେ ।

ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ ତାଙ୍କୁ ଅପ୍ରେଲ ୭ତାରିଖ AIIMSରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ପୋଲିସ କର୍ମଚାରୀ କରୋନା ଭାଇରସ୍ ରେ ସଂକ୍ରମିତ ହେବାରେ ଏହା ହେଉଛି ପ୍ରଥମ ମାମଲା ।

   Related Posts