Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହତ୍ୟା ମାମଲାରେ କୁସ୍ତିଯୋଦ୍ଧା ସୁଶିଲ କୁମାର ଦିଲ୍ଲୀରୁ ଗିରଫ : ଧରାପଡିଲା ସହଯୋଗୀ

23/05/2021 at 11:41 AM

ନୂଆଦିଲ୍ଲୀ ୨୩/୫ : ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ଫେରାର ଆସାମୀ ତଥା ଅଲମ୍ପିକି ବିଜେତା ସୁଶିଲ କୁମାର ଗିରଫ କରିଛି ଦିଲ୍ଲୀ ପୋଲିସ । ଏହାସହ ସୁଶିଲଙ୍କ ସହଯୋଗୀ ଅଜୟଙ୍କୁ ବି ଗିରଫ କରିଛି ପୋଲିସ । ସୁଶିଲଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଦିଲ୍ଲୀ ପୋଲିସ ସୂଚନା ଦେଇଛି, ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କର୍ମବୀର ଏବଂ ଏସିପି ଅଟ୍ଟର ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସେଲ୍ ଦିଲ୍ଲୀର ମୁଣ୍ଡକା ଠାରୁ ସୁଶୀଲ କୁମାର ଏବଂ ଅଜୟଙ୍କୁ ଗିରଫ କରିଛି ।

ଦୁହେଁ କାର ଛାଡି ସ୍କୁଟିରେ କାହାକୁ ଭେଟିବାକୁ ଯାଉଥିବାବେଳେ ପୋଲିସ ଏମାନଙ୍କୁ ମାଡିବସିଥିଲା । ହତ୍ୟା ମାମଲାରେ ଅଭିଯୁକ୍ତ ରେସଲର ସୁଶୀଲ କୁମାରଙ୍କୁ ଗିରଫ କରିବା ପାଇଁ ପଞ୍ଜାବର ଭାଟିଣ୍ଡା, ମୋହାଲି ସମେତ ଅନେକ ରାଜ୍ୟରେ ପୋଲିସ ଚଢାଉ କରିଥିଲା । ଦିଲ୍ଲୀରେ ମଧ୍ୟ ଦିଲ୍ଲୀ ପୋଲିସ ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସୁଶୀଲ କୁମାରଙ୍କ ପତ୍ତା ମିଳିନଥିଲା ।

   Related Posts