Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଲକ୍ ଡାଉନ୍‌ରେ ପାରାକୁ ଖାଇବାକୁ ଦେବା ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗିରଫ କଲା ପୋଲିସ

1/04/2020 at 4:31 PM

ନୂଆଦିଲ୍ଲୀ ୧।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ପାରାଙ୍କୁ ଖାଇବାକୁ ଦେବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଦିଲ୍ଲୀ ପୋଲିସ ଉଭୟ ଯୁବକଙ୍କୁ ଗିରଫ କରିଛି । ଉଭୟଙ୍କ ବିରୋଧରେ ଏପିଡେମିକ୍ ଆକ୍ଟ ଏବଂ ଅନ୍ୟାନ୍ୟ ଆଇପିସିର ଧାରା ଅଧୀନରେ ଏଫଆଇଆର ରୁଜୁ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଯୁବକ ଦୁଇ ଜଣ ଦିଲ୍ଲୀର ଲାଜପତ ରାୟ ମାର୍ଗରେ ବାଇକ୍ ଅଟକାଇ ସେଠାରେ ଥିବା ପାରାମାନଙ୍କୁ ଖାଇବାକୁ ଦେଉଥିଲେ । ଏଫଆଇଆର ଅନୁଯାୟୀ, ଉଭୟ ଯୁବକଙ୍କ ଏଭଳି କାର୍ଯ୍ୟ ହେତୁ ପ୍ରାୟ ୧୦-୧୨ଜଣ ଲୋକ ସେଠାରେ ଏକାଠି ହୋଇଯାଇଥିଲେ ।

ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ସୋମବାର ଦିନ ଲକ୍ ଡାଉନ୍ କୌଣସି ପ୍ରକାରରେ ଉଲଂଘନ ହେଲେ ସଂପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଡେପୁଟି କମିଶନରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍ ଡାଉନ୍ ସମୟରେ ଇ-ପାସ୍ ବିନା ଅଥବା ଆବଶ୍ୟକତା ନଥାଇ କେହି ବୁଲୁଥିବାର ଦେଖାଗଲେ ସେମାନଙ୍କୁ ପ୍ରଶାସନ ଦ୍ବାରା ସ୍ଥାପିତ ଜିଲ୍ଲା ଆଶ୍ରୟସ୍ଥଳୀକୁ ପଠାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ।

ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଜିଲ୍ଲା ମାଜିଷ୍ଟ୍ରେଟ, ଡେପୁଟି କମିଶନରମାନେ ଅଂଶଗ୍ରହଣ କରିଥିଲେ ।

   Related Posts