ଗୁଜରାଟ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଅବଦୁଲ୍ଲା ଦାନିଶ୍ ଗିରଫ, ୧୯ ବର୍ଷ ଧରି ଥିଲା ଫେରାର
6/12/2020 at 7:55 PM

ନୂଆଦିଲ୍ଲୀ ୦୬/୧୨ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡଧରଣର ସଫଳତା ମିଳିଛି । ୧୯ ବର୍ଷ ହେଲା ଫେରାର ଥିବା ସିମୀ ଆତଙ୍କୀ ସଂଗଠନର ସଦସ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁଲ୍ଲା ଦାନିଶକୁ ଗିରଫ କରିଛି ସ୍ପେଶାଲ ସେଲ । ଅବଦୁଲ୍ଲାକୁ ଗିରଫ କରିବା ପାଇଁ ପୋଲିସ ୨ ବର୍ଷ ହେଲା ପିଛା କରୁଥିଲା ।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଅଧିକାରୀ ଶିବ କୁମାର କର୍ମବୀରଙ୍କ ସମେତ ତାଙ୍କ ଟିମ ଶନିବାର ଦିନ ଜାକିର ନଗରରୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସେ ସିମୀ ଆତଙ୍କୀ ସଂଗଠନର ସକ୍ରିୟ ଏବଂ ସବୁଠାରୁ ପୁରୁଣା ସଦସ୍ୟ । ଦିଲ୍ଲୀରେ ଦେଶଦ୍ରୋହ ଏବଂ ବେଆଇନ କାର୍ଯ୍ୟକଳାପ ମାମଲାରେ ତଲାସି କରାଯାଉଥିଲା । ଦିଲ୍ଲୀ ଅଦାଲତ ଚଳିତ ବର୍ଷ ଅବଦୁଲ୍ଲାକୁ ପଳାତକ ଘୋଷଣା କରିଥିଲା ।
ଅବଦୁଲ୍ଲା CAA ଏବଂ NCR ନାମରେ ନକଲି ଭିଡିଓ ତିଆରି କରି କ୍ରମାଗତ ଭାବେ ଯୁବକମାନଙ୍କୁ ଉତ୍ସାହିତ କରୁଥିଲା ଏବଂ ଭିଡ ପାଇଁ ଉସକାଉଥିଲା । କୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ହେବା ପରେ ଅବଦୁଲ୍ଲାହ ୟୁପି, ଗୁଜରାଟ ଏବଂ ଦିଲ୍ଲୀରେ ଲୁଚି ରହୁଥିଲା ଏବଂ ବାରମ୍ବାର ଜାଗା ବଦଳାଉଥିଲା ।
୨୦୦୮ ଅନ୍ୟତମ ଅଭିଯୁକ୍ତ ଅବଦୁଲ ବଶୀରକୁ ଗୁଜୁରାଟ ବିସ୍ଫୋରଣ ପାଇଁ ଉସକାଇଥିଲା ଅବଦୁଲ୍ଲାହ । କେବଳ ଏତିକି ନୁହେଁ ଗୁଜୁରାଟରେ ବିସ୍ଫୋରଣ ପରେ ଅବଦୁଲ୍ଲା ତାର ଆଲିଗଡ ଘରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା । ଅବଦୁଲ୍ଲା ସିମୀର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସୁଭାନ୍ ତୌକିର ଏବଂ ସଫଦର ନାଗୋରୀର ନିକଟତର । ଦିଲ୍ଲୀ ପୋଲିସ ବର୍ତ୍ତମାନ ତାର ଅନ୍ୟ ଜଣେ ସହଯୋଗୀକୁ ଖୋଜୁଛି ।