Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସିଏଏ ବିରୋଧୀ ପ୍ରଦର୍ଶନରେ ISIS ଲିଙ୍କ୍ ? ସନ୍ଦିଗ୍ଧ ଦମ୍ପତ୍ତି ଗିରଫ, ଆତ୍ମଘାତୀ ଆକ୍ରମଣ କରିବାକୁ ରଚିଥିଲେ ଷଡଯନ୍ତ୍ର

8/03/2020 at 4:19 PM

ନୂଆଦିଲ୍ଲୀ ୦୮।୦୩- ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଚାଲିଥିବା ପ୍ରଦର୍ଶନରେ କଣ ଆତଙ୍କୀ ସଂଗଠନ ଆଇଏସଆଇଏସର ସମ୍ବନ୍ଧ ରହିଛି କି ? ଦିଲ୍ଲୀ ପୋଲିସର ସଦ୍ୟତମ କାର୍ଯ୍ୟାନୁଷ୍ଠାନରେ ଏବେ ଏହି ପ୍ରଶ୍ନ ଉଠୁଛି। ଦିଲ୍ଲୀ ପୋଲିସ ଦିଲ୍ଲୀରୁ ଦୁଇ ଜଣଙ୍କୁ ଗିରଫ କରିଛି। ଉଭୟଙ୍କ ପାଖରୁ ସମ୍ବେଦନଶୀଳ ସାମଗ୍ରୀ ଜବତ କରାଯାଇଛି। ପୋଲିସର କହିବାନୁଯାୟୀ ଦୁଇ ସନ୍ଦିଗ୍ଧ ପତି-ପତ୍ନୀ ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।

ଦୁଇ ବ୍ୟକ୍ତିଙ୍କ ସମ୍ବନ୍ଧ ଆଇଏସଆଇଏସ ସହିତ ଥିବା କୁହାଯାଉଛି। ଗିରଫ ଦୁଇ ବ୍ୟକ୍ତି ଦମ୍ପତ୍ତି ଅଟନ୍ତି ଏବଂ ଉଭୟ ସିଏଏ  ବିରୋଧୀ ପ୍ରଦର୍ଶନକୁ ମଧ୍ୟ ଉସୁକାଉଥିଲେ। ଦିଲ୍ଲୀ ପୋଲିସ ପକ୍ଷରୁ ଡେପୁଟୀ କମିଶନର ଅଫ ପୋଲିସ(ଡିସିପି) ପ୍ରମୋଦ ସିଂହ କୁଶଓ୍ଵାହ କହିଛନ୍ତି, ଓଖଲାର ଜାମିଆନଗରରୁ ଏକ ଦମ୍ପତ୍ତିକୁ ଗିରଫ କରାଯାଇଛି। ସେମାନଙ୍କର ନାମ ଜହାନଜେବ ସାମି ଓ ହିନା ବସିର ବେଗ। ଦୁହିଁଙ୍କ ଲିଙ୍କ୍ ଆଇଏସଆଇଏସର ଖୁରାସାନ ଗୋଷ୍ଠୀ ସହିତ ଥିବା କୁହାଯାଉଛି। ଏହି ଦମ୍ପତ୍ତି ସିଏଏ  ବିରୋଧୀ ପ୍ରଦର୍ଶନରେ ଲୋକଙ୍କୁ ଉସୁକାଇବାର କାମ କରୁଥିଲେ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଅନେକ ସ୍ଥାନରେ ସିଏଏ-ଏନଆରସି ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଜାମିଆର ସାହିନବାଗ ଅଞ୍ଚଳ ବିରୋଧ ପ୍ରଦର୍ଶନର କେନ୍ଦ୍ରସ୍ଥଳୀ ପାଲଟିଥିଲା। ସାହିନବାଗରେ ପ୍ରଦର୍ଶନକାରୀ ଏକ ମୁଖ୍ୟ ସଡକକୁ ବନ୍ଦ କରି ରଖିଥିଲେ। ଏହି ସଡକ ନୋଏଡା ଓ ଦିଲ୍ଲୀକୁ ସଂଯୋଗ କରିଥାଏ।

   Related Posts