Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସମ୍ପୂର୍ଣ୍ଣ ଭାବେ ସିଲ୍ ହେଲା ଦିଲ୍ଲୀ-ନୋଏଡା ସୀମା, କେବଳ ଏମାନଙ୍କୁ ଯାତାୟତ ପାଇଁ ଅନୁମତି

22/04/2020 at 7:43 AM

ନୂଆଦିଲ୍ଲୀ ୨୨।୪: ଦେଶରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଯାହା ମେ ୩ ପର୍ଯ୍ୟନ୍ତ ଜାରି ରହିବ। ବସ୍, ରେଳ ଏବଂ ଅନ୍ୟାନ୍ୟ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଏହା ସତ୍ତ୍ବେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜଧାନୀ ଦିଲ୍ଲୀ ନିକଟସ୍ଥ ନୋଏଡା ଉତ୍ତରପ୍ରଦେଶର ଏକ କରୋନାର ହଟସ୍ପଟ୍ । ବର୍ତ୍ତମାନ ଗୌତମ ବୁଦ୍ଧ ନାଗରର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ ଏଲ ଓ୍ବାଇ ନୋଏଡା-ଦିଲ୍ଲୀ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସାମ୍ବାଦିକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ଆସନ୍ତାକାଲିଠାରୁ କେବଳ ସେହି ଲୋକମାନେ ପ୍ରବେଶ କରିପାରିବେ ଯେଉଁମାନଙ୍କୁ ପ୍ରଶାସନ ଅନୁମତି ଦେବ ।ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଏହି ପଦକ୍ଷେପ ନେଇଛନ୍ତି । ଟ୍ବିଟ୍ ଜରିଆରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଜନସ୍ବାର୍ଥ ତଥା କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଆମେ ଦିଲ୍ଲୀ-ନୋଏଡା ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରୁଛୁ । ସହଯୋଗ କରିବା ଏବଂ ଘରେ ରହିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଦିଲ୍ଲୀରୁ ଗୌତମ ବୁଦ୍ଧ ନଗରକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ । ଗତ କିଛି ଦିନ ହେବ ଏପରି ଅନେକ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାର କୌଣସି କାରଣରୁ ଦିଲ୍ଲୀ ସହିତ ସମ୍ପର୍କ ରହିଛି । କରୋନା ବିସ୍ତାର ନହେବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ କିଛି ସେବା ସହିତ ଜଡିତ ଲୋକଙ୍କ ଯାତାୟତକୁ ଏହି ପ୍ରତିବନ୍ଧକରୁ ଛାଡ୍ ମିଳିଛି ।

କରୋନା ଭାଇରସ୍ ସହ ଜଡିତ ସେବାରେ ସିଧାସଳଖ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଯେଉଁମାନଙ୍କ ପାଖରେ ଦିଲ୍ଲୀ ସରକାରଙ୍କ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ପାସ୍ ଅଛି । ଭାରତ ସରକାରଙ୍କ ଡେପୁଟି ସେକ୍ରେଟାରୀ ଏବଂ ଏହି ପଦବୀରୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯାତ୍ରା କରିବାକୁ ସକ୍ଷମ ହେବେ । ଯାହାର ଗୃହ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର ଅଛି ।

ଜିଲ୍ଲା ସୂଚନା ଅଧିକାରୀ ତଥା ଅତିରିକ୍ତ ପୋଲିସ କମିଶନର (ମୁଖ୍ୟାଳୟ) ଦ୍ବାରା ଜାରି କରାଯାଇଥିବା ପାସ୍ ସହିତ ଗଣମାଧ୍ୟମ ପ୍ରତିନିଧି ତଥା ଗୌତମ ବୁଦ୍ଧ ନାଗର ଜିଲ୍ଲାର ଡାକ୍ତରଖାନାଗୁଡିକରେ ଜରୁରୀକାଳୀନ ସେବା ଯୋଗାଉଥିବା ଡାକ୍ତରମାନଙ୍କୁ ଯାତାୟତ କରିବାକୁ ଅନୁମତି ଦିଆଯାଇଛି । ଏଗୁଡିକର ତାଲିକା ମୁଖ୍ୟ ଚିକିତ୍ସା ଅଧିକାରୀ ପୋଲିସ କମିଶନରଙ୍କ ନିକଟରେ ଉପଲବ୍ଧ ହେବ । ଏହା ବ୍ୟତୀତ ଆମ୍ବୁଲାନ୍ସ ଏବଂ ମାଲ ପରିବହନ ଯାନକୁ ମଧ୍ୟ ଏହି ପ୍ରତିବନ୍ଧକରୁ ମୁକ୍ତ ରଖାଯାଇଛି । ଯଦି ଏହି ଯାନଗୁଡିକ ଯାତ୍ରୀ ପରିବହନ ପାଇଁ ବ୍ୟବହାର ହେଉଥିବା ବେଳେ ଧରାପଡେ ତେବେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts