Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅସ୍ବାସ୍ଥ୍ୟକର ଦିଲ୍ଲୀ ପରିବେଶ : ଗ୍ରୀନ ଦିୱାଲିର ପ୍ରଚାର ହେବା ସତ୍ବେ କେହି ମାନିଲେନି ଶବ୍ଦ ପ୍ରଦୂଷଣ କଟକଣା

28/10/2019 at 2:50 PM

ନୂଆଦିଲ୍ଲୀ ୨୮/୧୦ : କେବଳ ପ୍ରଚାର ହେଲା ଗ୍ରୀନ ଦିୱାଲି । କିନ୍ତୁ ବାସ୍ତବ କ୍ଷେତ୍ରରେ ନାଁ ଫୁଟିଲା ଗ୍ରୀନ କ୍ରାକର୍ ନାଁ ପୋଲିସ୍ ର ଶବ୍ଦ ପ୍ରଦୂଷଣ କଟକଣାକୁ କେହି ମାନିଲେ । କଟକଣା ସତ୍ତ୍ବେ ରାତି ଦଶଟା ପରେ ବି କଟକ ସହରରେ ଜୋରଦାର୍ ଫୁଟିଲା ବାଣ । ପୁରା ସହର ଭୟଙ୍କର ଭାବେ ପ୍ରଦୂଷିତ ହେଲା । କଟକର ଏୟାର୍ କ୍ବାଲିଟି ଇଣ୍ଡେକ୍ସ ଦୁଇ ଶହ ମାର୍କ ଟପିଗଲା । ଯାହାର ଅର୍ଥ ବାୟୁମଣ୍ଡଳ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ।

ଦିପାବଳୀରେ ଏଥର ଗ୍ରୀନ କ୍ରାକର ଫୁଟିବ । ଦିପାବଳୀ ହେବ ପ୍ରଦୂଷଣମୁକ୍ତ । ପୋଲିସ୍ ର କଟକଣା ରହିବ । ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ପାରିବେନି ଲୋକେ । ରାତି ଦଶଟା ପରେ ବାଣ ଫୁଟାଇଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦିପାବଳୀ ରାତି ପାଇଁ ଏମିତି କିଛି ନିୟମ ରହିଥିଲା । ମାତ୍ର ସବୁ ନିୟମ ଚୁଲିକି ଗଲା କଟକ ସହରରେ । ଲୋକେ ମନଇଚ୍ଛା ବାଣ ଫୁଟାଇଲେ ।ରାତି ୧୦ଟା କଣ ରାତି ଗୋଟାଏ ପର୍ଯ୍ୟନ୍ତ ବାଣଫୁଟା ଚାଲିଲା ।

ଦିପାବଳୀ ପର ଦିନ କଟକର ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ମାରାତ୍ମକ । ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ କଟକ ସହରର ହାରାହାରି ଇଣ୍ଡେକ୍ସ ଥିଲା ୨୬୯ । ଏହାର ଅର୍ଥ ହେଉଛି ବାଣ ଫୁଟିବା ଯୋଗୁଁ ଯେଉଁ ପ୍ରଦୂଷଣ ହୋଇଛି, ତାହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ।

ତେବେ ସୋମବାର କଟକର ବାୟୁମଣ୍ଡଳର ସ୍ଥିତି କିପରି ରହିଛି ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

   Related Posts