ଦିଲ୍ଲୀ ନିର୍ବାଚନ- କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଟଙ୍କା ବାଣ୍ଟୁଥିବା ଅଭିଯୋଗ
8/02/2020 at 1:27 PM

ନୂଆଦିଲ୍ଲୀ ୦୮।୦୨ – ଦିଲ୍ଲୀରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଶନିବାର ସକାଳୁ ଭୋଟରମାନେ ଲମ୍ବା ଧାଡିରେ ଛିଡା ହୋଇ ମତଦାନ କରୁଛନ୍ତି । ଦିଲ୍ଲୀର ରିଠାଲାରେ ଶୁକ୍ରବାରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଟଙ୍କା ବଣ୍ଟୁଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ଆମ୍ ଆଦମୀର କାର୍ଯ୍ୟକର୍ତ୍ତା ତାଙ୍କୁ ଘେରଉ କରିବା ସହ ହୋ ହଲ୍ଲା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ।
ଆମ ଆଦମୀ ପାର୍ଟି ସାସଂଦ ସଞ୍ଜୟ ସି ଗିରିରିଜ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି । ସେ ଟ୍ୱିଟରରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । ମାତ୍ର ଏହି ଭିଡିଓରେ ଗିରିରିଜ ଏକ ଦୋକାନ ମଧ୍ୟରେ ବସିଥିବା ବେଳେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ବାହାରେ ହୋ ହଲ୍ଲା କରୁଥିବା ଦେଖଇବାକୁ ମିଳିଛି ।
ମାତ୍ର ପୁଲିସ ଡିସିପିଙ୍କ ସୂଚନା ଅନୁଯାୟୀ ଗିରିରାଜ ନିଜର ପିଏସ୍ଓଙ୍କ ସହ ଦିଲ୍ଲୀ ବିଜୟ ବିହାରର ଏକ ଅଳଙ୍କାର ଦୋକାନକୁ ଯାଇଥିଲେ । ଏହି ସମୟରେ ପିଏସ୍ଓ ପୁଲିସକୁ ଫୋନ୍ କରି ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ହୋ ହଲ୍ଲା କରୁଥିବା ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗିରିରାଜଙ୍କୁ ଉଦ୍ଧାର କରିଥିବା ସେ ସୂଚନା ଦେଇଛନ୍ତି ।
ଏହି ଘଟଣାରେ କୌଣସି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ ।