ଦିଲ୍ଲୀ Vs କୋଲକାତା : କ୍ୟାପିଟାଲ୍ସକୁ ୧୫୫ ରନର ବିଜୟ ଲକ୍ଷ୍ୟ ଦେଲା ନାଇଟ୍‌ ରାଇଡର୍ସ

Published By : Prameya-News7 Bureau | April 29, 2021 IST

ଅହମ୍ମଦାବଦ ୨୯/୦୪ : ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଛି ୧୫୪ ରନ । ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବାକୁ ହେଲେ ୧୫୫ ରନ କରିବାକୁ ହେବ ।

କୋଲକାତା ପକ୍ଷରୁ ନୀତିଶ ରାଣା ୧୫ ରନ, ଶୁଭମାନ ଗିଲ ୪୩ ରନ, ରାହୁଲ ତ୍ରିପାଠୀ ୧୯, ଇୟନ୍‌ ମୋର୍ଗାନ୍‌ ୦, ସୁନୀଲ ନାରାୟଣ ୦, ଦିନଶେ କାର୍ତ୍ତିକ ୧୪ରନ କରି ଆଉଟ ହୋଇଛନ୍ତି । ରସେଲ ବିସ୍ଫୋରକ ବ୍ୟାଟିଂ କରି ୪ ଛକା ଏବଂ ୨ ଛକା ସହାୟତାରେ ୪୫ରନ, ପ୍ୟାଟ୍ସ କମିନ୍ସ୍ ୧୧ ରନ କରି ଅପରାଜିତ ଅଛନ୍ତି ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା ୪ ଓଭରରେ ୩୪ ରନ ଦେଇଥିବା ବେଳେ କାଗିସୋ ରାବାଡା ୪ ଓଭରରେ ୩୧, ଅକ୍ଷର ପଟେଲ ୪ ଓଭରରେ ୩୨ ରନ ୨ ଓ୍ବିକେଟ୍‌, ଅବେଶ ଖାନ ୪ ଓଭରରେ ୩୧ ରନ ୧ ଓ୍ବିକେଟ୍‌, ଲଳୀତ ଯାଦବ ୩ ଓଭରରେ ୧୩ ରନ ୨ ଓ୍ବିକେଟ୍, ମାର୍କସ୍‌ ଷ୍ଟୋଇନିସ୍‌ ୧ ଓଭରରେ ୭ ରନ ଦେଇ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.