Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

IPL ୨୦୨୧ : ମୟଙ୍କ ଅଗ୍ରଓ୍ବାଲଙ୍କ ଦମଦାର ବ୍ୟାଟିଂ, ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୬୭

2/05/2021 at 9:14 PM

ଅହମ୍ମଦାବାଦ ୦୨/୦୫ : ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢେଇ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୬ । ଦିଲ୍ଲୀକୁ ଜିତିବାକୁ ହେଲେ ୧୬୭ ରନ କରିବାକୁ ହେବ । ଆହତ କେଏଲ ରାହୁଲ ଦଳରୁ ବାଦ ପଡିବା ପରେ ପଞ୍ଜାବ ପକ୍ଷରୁ ଅଧିନାୟକ ଦାୟିତ୍ବ ତୁଲାଉଥିବା ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଇନିଂସ ଖେଳିଛନ୍ତି । ମୟଙ୍କ ୫୮ ବଲ ଖେଳି ୮ ଚୌକା ଏବଂ ୪ ଛକା ସହାୟତାରେ ସର୍ବାଧିକ ୯୯ ରନ କରି ଅପରାଜିତ ଅଛନ୍ତି ।

ପଞ୍ଜାବ ପକ୍ଷରୁ ପ୍ରଭସିମ୍ରନ ସିଂହ ୧୨ ରନ କରି ଆଉଟ ହୋଇଥିବା ବେଳେ କ୍ରିସ୍‌ ଗେଲ ୧୩, ଦାଓ୍ବିଡ୍‌ ମଲାନ ୨୬, ଦୀପକ ହୁଡା ୧, ଶାହାରୁଖ ଖାନ ୪, କ୍ରିସ୍‌ ଜୋର୍ଡନ୍ ୨ ରନ କରି ଆଉଟ ହୋଇଛନ୍ତି । ମୟଙ୍କ ଅଗ୍ରଓ୍ବଲ ୯୯ ଏବଂ ହରପ୍ରୀତ ବ୍ରାର ୪ ରନ କରି ଅପରାଜିତ ଅଛନ୍ତି ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା ୪ ଓଭର ବୋଲିଂ କରି ୩୭ ରନ ଦେଇଥିବା ବେଳେ, ମାର୍କସ ଷ୍ଟୋଇନିସ୍‌୧ ଓଭରରେ ୬, କାଗିସୋ ରାବାଡା ୪ ଓଭରରେ ୩୬ ରନ ୩ ଓ୍ବିକେଟ୍‌, ଆବେସ୍‌ ଖାନ ୪ ଓଭରରେ ୩୯ ରନ ୧ ଓ୍ବିକେଟ୍‌, ଲଳିତ ଯାଦବ ୩ ଓଭରରେ ୨୫ ରନ ଏବଂ ଅକ୍ଷର ପଟେଲ ୪ ଓଭର ବୋଲିଂ କରି ୨୧ ରନ ଦେଇ ୧ ଓ୍ବିକେଟ୍‌ ହରାଇଛନ୍ତି ।

   Related Posts