Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

IPL ମ୍ୟାଚ୍‌ ୧୩ : ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୮ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

20/04/2021 at 9:19 PM

ଚେନ୍ନାଇ ୨୦/୦୪ : ଆଇପିଏଲର ୧୩ ତମ ମ୍ୟାଚ​‌ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୩୭ ରନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀକୁ ଜିତିବାକୁ ହେଲେ ୧୩୮ ରନ କରିବାକୁ ହେବ ।

ମୁମ୍ବାଇ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ ସୁଦ୍ଧା ତାଙ୍କ ସହିତ କ୍ବିଣ୍ଟନ ଡି କକ୍ ନିରାଶ କରିଥିଲେ । ରୋହିତ ଶର୍ମା ୩୦ ବଲ ଖେଳି ୩ଟି ଲେଖାଏଁ ଚୌକା ଏବଂ ଛକା ସହାୟତାରେ ୪୪ ରନ କରି ଆଉଟ ହୋଇଥିଲେ । ଡି କକ୍ ୨ ରନ, ସୂର୍ଯ୍ୟକୁମାର ଯାଦବ ୪ ଚୌକା ସହାୟତାରେ ୨୪ରନ, ଇଶାନ କିଶନ ଗୋଟିଏ ଚୌକା ଓ ଛକା ସହାୟତାରେ ୨୬ ଆଉଟ ହୋଇଥିଲେ । ପାଣ୍ଡ୍ୟା ବ୍ରଦର୍ସ ନିରାଶ କରିଥିଲେ । ହାର୍ଦ୍ଧିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । କ୍ରୁନାଲ ପାଣ୍ଡ୍ୟା ୧ରନ, କିରନ ପୋଲାର୍ଡ ୨ରନ, ଜୟନ୍ତ ଯାଦବ ୨୩ ରନ, ରାହୁଲ ଚହର ୬ ରନ କରି ଆଉଟ ହୋଇଛନ୍ତି । ଯଶପ୍ରୀତ ବୁମରାହ ୩ ରନ ଏବଂ ଟ୍ରେଣ୍ଟ ବୋଲ୍ଟ ୧ ରନ କରି ଅପରାଜିତ ଅଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅମିତ ମିଶ୍ରା ଚମତ୍କାର ବୋଲିଂ କରିଥିଲେ । ମିଶ୍ରା ୪ ଓଭରରେ ମାତ୍ର ୨୪ ରନ ଦେଇ ୪ ଓ୍ବିକେଟ୍‌ ହାସଲ କରିଛନ୍ତି । ମାର୍କସ ଷ୍ଟୋଇନିସ୍‌ ୩ ଓଭରରେ ୨୦ ରନ ଦେଇ ଗୋଟିଏ ଓ୍ବିକେଟ୍‌, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୩୧ ରନ, ଅବେସ୍‌ ଖାନ୨ ଓଭରରେ ୮ ରନ ୨ ଓ୍ବିକେଟ୍‌, ଲଲିତ ଯାଦବ ୪ ଓଭରରେ ୧୭ ରନ ଦେଇ ୧ ଓ୍ବିକେଟ୍, କାଗିସୋ ରାବାଡା ୩ ଓଭରରେ ୨୫ ରନ ଦେଇ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

   Related Posts