IPL 2021 : ରାୟୁଡୁଙ୍କ ଦର୍ଶନୀୟ ଅର୍ଦ୍ଧଶତକ, ଚାଲିଲାନି ମାହିଙ୍କ ବ୍ୟାଟ୍‌, ଦିଲ୍ଲୀକୁ ଟାର୍ଗେଟ୍‌ ୧୩୭

Published By : Prameya-News7 Bureau | October 04, 2021 IST

ଦୁବାଇ ୦୪/୧୦ : ଆଇପିଏଲର ୫୦ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସିଏସ୍‌କେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭର​‌ରେ ୫ ଓ୍ବିକେଟ ହରାଇ ୧୩୬ ରନ ସଂଗ୍ରହ କରିଛି । ଲମ୍ବା ବ୍ୟାଟିଂ ଲାଇନ୍‌ ଅପ୍‌ ଥିବା ଚେନ୍ନାଇ କିନ୍ତୁ ଧିମା ଆରମ୍ଭ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବାକୁ ହେଲେ ୧୩୭ ରନ କରିବାକୁ ହେବ  ।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଓପନର ଋତୁରାଜ ଗାୟକ୍ବାଡ୍‌ ଏବଂ ଫାଫ୍‌ ଡୁ’ ପ୍ଳେସୀ ବଡ ଆରମ୍ଭ କରିବାକୁ ବିଫଳ ହୋଇଥିଲେ । ଫର୍ମରେ ଥିବା ଗାୟକ୍ବାଡ୍‌ ମାତ୍ର ୧୩ ରନକରି ଆଉଟ ହୋଇଥିବା ବେ​‌ଳେ ଡୁ ପ୍ଲେସୀ ୧୦ ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୁଯୋଗ ପାଇଥିବା ରବିନ ଉଥପା ମଧ୍ୟ ବଡ ସ୍କୋର କରିପାରିନାହାନ୍ତି । ଉଥପା ୧୯ ରନ କରି ଆଉଟ ହୋଇଛନ୍ତି । ମୋଇନ ଅଲ୍ଲୀ ୫ ରନ, ମହେନ୍ଦ୍ର ସିଂହ ଧୋନୀ ୧୮ ରନ କରି ଆଉଟ ହୋଇଛନ୍ତି । ଅମ୍ବାତି ରାୟୁଡୁ ଧିମା ଆରମ୍ଭ କରିଥିଲେ ସୁଦ୍ଧା ସ୍କୋର ବୋର୍ଡକୁ ଆଗକୁ ବଢାଇଥିଲେ । ରାୟୁଡୁ ୪୨ ବଲ ଖେଳି ୫ ଚୌକା ଏବଂ ୨ ଛକା ସହାୟତାରେ ୫୫ ରନ ଏବଂ ଜାଡେଜା ୧ ରନ କରି ଅପରାଜିତ ଅଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ମାପିଚୁପି ବୋଲିଂ କରିଥିଲେ । ଦଳ ପକ୍ଷରୁ ଏନରିଚ୍‌ ନୋର୍ଟଜେ ୪ ଓଭରରେ ୩୭ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଅବେସ ଖାନ ୪ ଓଭରରେ ୩୫ ରନ ୧ ଓ୍ବିକେଟ , ଅକ୍ଷର ପଟେଲ ୪ ଓଭରରେ ୧୮ରନ ୨ ଓ୍ବିକେଟ, କାଗିସୋ ରାବାଡା ୪ ଓଭରରେ ୨୧ ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୦ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.