ଦିଲ୍ଲୀରେ ଭୂମିକମ୍ପ : ରେକ୍ଟର ସ୍କେଲରେ ତୀବ୍ରତା ୬.୪

Published By : Prameya-News7 Bureau | February 02, 2019 IST

ଦିଲ୍ଲୀ ୨/୨ : ଦିଲ୍ଲୀ ଏନସିଆର ଅଂଚଳରେ ଆଜି ସନ୍ଧ୍ୟାରେ ଭୂମିକମ୍ପ ହୋଇଥିବା ଜଣାପଡିଛି | ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି | ହିନ୍ଦୁକୁଶ ପର୍ବତ ଭୂମିକମ୍ପର କେନ୍ଦ୍ରବିନ୍ଦୁ ହୋଇଥିବା ଯୋଗୁଁ ଆଫଗାନିସ୍ଥାନ, ପାକିସ୍ତାନ ଏବଂ ପୂର୍ବ ଓଜବେକିସ୍ଥାନରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା | ଜାମ୍ମୁ କାଶ୍ମୀରର ପୁଞ୍ଚ ଅଂଚଳ ସମେତ ଅନେକ ଅଂଚଳରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା | କୌଣସି କ୍ଷତି ହୋଇଥିବା ସୂଚନା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ | ଭୂମିକମ୍ପର ଝଟକା ଅନୁଭବ ହେବାପରେ ଲୋକେ ନିଜ ନିଜ ଘରୁ ଏବଂ ଅଫିସରୁ ବାହାରକୁ ବାହାରି ଆସିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.