ଦିଲ୍ଲୀ ଅଣନିଶ୍ବାସୀ, ସାଂଘାତିକ ସ୍ତରରେ ପ୍ରଦୂଷଣ : ବ୍ୟାନ ସତ୍ବେ ଜବରଦସ୍ତ ବାଣ ଫୁଟାଇଛନ୍ତି ଲୋକେ
28/10/2019 at 12:10 PM

ନୂଆଦିଲ୍ଲୀ ୨୮/୧୦: କଟକଣା ସତ୍ବେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବେହିସାବ ବାଣ । ଦିଲ୍ଲୀ ଏନସିଆର ଅଞ୍ଚଳରେ ପବନ ଅତି ଭୟଙ୍କର ଭାବରେ ପ୍ରଦୂଷିତ ହୋଇ ଯାଇଛି । ଏୟାର କ୍ବାଲିଟି ଇଣ୍ଡେକ୍ସ କିଛି ସ୍ଥାନରେ ୫ଶହ ଟପି ଯାଇଛି ।

ବାଣ ଉପରେ ବ୍ୟାନ ଏବଂ ଗ୍ରୀନ ଦିୱାଲି ପାଇଁ ସଚେତନତା ସହ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ଭରପୂର ପ୍ରଚେଷ୍ଟା କରିଥିଲେ । ଏସବୁ ଚେଷ୍ଟା କିନ୍ତୁ ବିଫଳ ହୋଇ ଯାଇଛି । ଦିଲ୍ଲୀ ଏବଂ ଏହା ଆଖପାଖ ଇଲାକାରେ ଲୋକେ ଜବଦଦସ୍ତ ବାଣ ଫୁଟାଇଛନ୍ତି । ଏହାସହ ସାରା ଦେଶର ଅଧିକାଂଶ ସହରରେ ଲୋକେ ଭରପୁର ବାଣ ଫୁଟାଇ ଦିୱାଲି ମନାଇଛନ୍ତି, ଆଉ ତାସହ ପବନରେ ମିଶିଛି ଜହର ଧୂଆଁ ।
