କରୋନା ସଂକ୍ରମଣ ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ସମ୍ପ୍ରସାରଣ ହେଉଛି ଶ୍ମଶାନ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୮।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହାର ବଢିବଢି ଚାଲିଛି। ସେହି ଅନୁସାରେ ଦୈନିକ ମୃତ୍ୟୁ ବଢୁଥିବା ବେଳେ ରାଜଧାନୀର ନଗରନିଗମମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଠିକ ସମୟରେ କୋଭିଡ-୧୯ ମୃତକଙ୍କ ଦାହ ସଂସ୍କାର ନିମନ୍ତେ ପଦକ୍ଷେପ ନିଆଯାଇଛି। ଏଥିରେ ନଗରନିଗମମାନେ ଶବଦାହ ଗୃହରୁ ଆରମ୍ଭ କରି କବରସ୍ତାନ ପର୍ଯ୍ୟନ୍ତ ଅନ୍ତ୍ୟେଷ୍ଟି ନିମନ୍ତେ ଅତିରିକ୍ତ ବ୍ୟବସ୍ଥା କରୁଥିବା ଜଣାପଡିଛି।  

{"id":435402,"sizeSlug":"large","linkDestination":"none"}

ଉତ୍ତର ଦିଲ୍ଲୀର ୨୧ ଶବଦାହ ଗୃହ ଓ କବରସ୍ତାନଗୁଡିକୁ  ମୃତକଙ୍କ ସଂସ୍କାର ଲାଗି ସୁନିଶ୍ଚିତ କରାଯାଇଥିବା ମହପୌର ଜୟପ୍ରକାଶ କହିଛନ୍ତି। ସେ କହିଛନ୍ତି ଯେ ଗତବର୍ଷ ରଷ୍ଟ୍ରୀୟ ରଜଧାନୀରେ ବ୍ୟାପିଥିବା କୋଭିଡ-୧୯ ମହମାରୀ ଅପେକ୍ଷା କରୋନା ଦ୍ୱିତୀୟ ଲହର ଅଧିକ ବିପଦଜନକ ପାଲଟିଛି।  ଏଣୁ ସଂକ୍ରମଣ ଓ ମୃତ୍ୟୁକୁ ନଜରରେ ରଖି ଭୀଡକୁ ଆୟତ୍ତ କରିବା ଲାଗି ଶ୍ମଶାନରେ ଅଧିକ ଚଉତରା ନିର୍ମାଣ କରାଯାଉଛି। ଦୈନିକ ଆଧାରରେ ଯଦି ମୃତ୍ୟୁ ସଂଖ୍ୟା ବଢେ ତେବେ ଆମେ ଶ୍ମଶାନରେ ଆହୁରି ଅଧିକ ଚଉତରା ନିର୍ମାଣ କରିବୁ ।

{"id":435403,"width":836,"height":550,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ଉତ୍ତର ଦିଲ୍ଲୀ ନିଗମବୋଧରେ ଶବଦାହ ଲାଗି ୬ଟି ସିଏନଜି ଭାଟି ରହିଛି। ଏଥିରୁ ୩ଟି କୁ କୋଭିଡ ମୃତକଙ୍କ ସଂସ୍କାର ନିମନ୍ତେ ସଂରକ୍ଷିତ ରଖାଯାଇଛି। ଏହା ଛଡା ଏଠାରେ ଏବେ ୧୨୦ଟି ଚଉତରା ମଧ୍ୟ ରହିଛି। ଏଥିରୁ ୧୦ଟିରେ କାଠ ଜଳା ଯାଉଛି।   ଉତ୍ତର ଦିଲ୍ଲୀର ବିଭିନ୍ନ ଶ୍ମଶାନରେ ଗୋଟିଏ ଦିନରେ ୧୦୦ରୁ ୨୦୦ ଶବ ସହଜରେ ପୋଡାଯାଇପାରିବ ବୋଲି ସେ ସୂଚିତ କରିଛନ୍ତି। ଦିଲ୍ଲୀରେ ବୁଧବାର ଗୋଟିଏ ଦିନରେ ୫ ହଜାର ୫୦୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ଚଳିତବର୍ଷର ଏହା ଏପର୍ଯ୍ୟନ୍ତ ସବୁଠୁ ଅଧିକ ବୋଲି ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାରେ କୁହାଯାଇଛି।

{"id":435404,"width":840,"height":517,"sizeSlug":"large","linkDestination":"none"}

ନୂଆ ଚିହ୍ନଟ ମାମଲାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦିଲ୍ଲୀରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୧୧ ହଜାର ୧୩୩ରେ ପହଞ୍ଚିଛି। ସେପଟେ ପୂର୍ବ ଦିଲ୍ଲୀ ମହାପୌର ନିର୍ମଳ ଜୈନ ଜନତାଙ୍କୁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା କଡ଼ାକଡି ପାଳନ କରିବାକୁ ନିବେଦନ କରିଛନ୍ତି। କୋଭିଡ ମୃତକଙ୍କ ସଠିକ ସମୟରେ ନିୟମାନୁସାରେ ଅନ୍ତ୍ୟେଷ୍ଟି ଲାଗି ଅନ୍ୟ ନଗରନିଗମ ସହ ଆମେ ସମନ୍ୱୟ ରକ୍ଷାକରି  ଏବେ କାମ କରୁଛୁ ବୋଲି ସୂଚିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.