Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୁଣି ଜଣେ ଡାକ୍ତରଙ୍କ ପରିବାର କରୋନା ପଜିଟିଭ,ସମ୍ପର୍କରେ ଆସିଥିବା ରୋଗୀ ରହିବେ କ୍ୱାରେଣ୍ଟାଇନ୍‌ରେ

31/03/2020 at 7:13 PM

ନୂଆଦିଲ୍ଲୀ ୩୧।୩: ଦିଲ୍ଲୀ ସରକାରଙ୍କ ମୋହଲ୍ଲା କ୍ଳିନିକର ଆଉ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଘଟଣାଟି ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ବାବରପୁରରେ। ଏବେ ପ୍ରଶାସନ ଏହି ଅଞ୍ଚଳରେ ନୋଟିସ୍ ଜାରି କରିଛି। ଏହି ନୋଟିସରେ କୁହାଯାଇଛି ଯେ ଯେଉଁ ରୋଗୀ କିମ୍ବା ଲୋକ ୧୨ମାର୍ଚ୍ଚରୁ ୨୦ମାର୍ଚ୍ଚ ମଧ୍ୟରେ ମୋହଲ୍ଲା କ୍ଲିନିକକୁ ସେମାନଙ୍କ ଚିକିତ୍ସା ଲାଗି ଆସିଛନ୍ତି ସେମାନେ ଆଗାମୀ ୧୫ଦିନ ଯାଏଁ ନିଜ ଘରେ କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।

ବାବରପୁର ଅଞ୍ଚଳର ମୋହଲ୍ଲା କ୍ଲିନିକର ଡାକ୍ତରଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କର ଯାଞ୍ଚ କରାଯିବାରୁ ମଙ୍ଗଳବାର ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ଡାକ୍ତର ଏବଂ ତାଙ୍କ ପରିବାର ସହ କ୍ଲିନିକର ମେଡିକାଲ୍ ଷ୍ଟାଫଙ୍କୁ ଆଇସୋଲେଟ୍ କରାଯାଇଛି। ଏହା ବ୍ୟତୀତ ଚିକିତ୍ସା କରିବାକୁ ଆସିଥିବା ଲୋକଙ୍କୁ ଘରେ ହିଁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦେଶ ଜାରି କରାଯାଇଛି।

ଏହା ପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳର ମୋହଲ୍ଲା କ୍ଲିନିକର ଡାକ୍ତର କରୋନା ପଜିଟିଭ ଥିବା ଜଣା ପଡ଼ିଥିଲେ। ସେ ଦୁବାଇରୁ ଫେରିଥିବା ମହିଳାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ଏହା ପରେ ସେ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ମଧ୍ୟ ସଂକ୍ରମିତ କରି ଦେଇଥିଲେ।

   Related Posts