Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସାମ୍ନାକୁ ଆସିଲା ଦେଶର ପ୍ରଥମ ରାପିଡ୍ ଟ୍ରେନର ଫାଷ୍ଟ ଲୁକ୍: ଯାତ୍ରୀଙ୍କୁ ମିଳିବ ସବୁ ପ୍ରକାର ସୁବିଧା

26/09/2020 at 5:10 PM

ନୂଆଦିଲ୍ଲୀ ୨୬/୦୯ : ଦିଲ୍ଲୀ-ମେରଠ ମଧ୍ୟରେ ଚାଲିବାକୁ ଥିବା ଦେଶର ପ୍ରଥମ ରା଼ପିଡ ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଯାଇଛି । ଟ୍ରେନର ଫାଷ୍ଟ ଲୁକ ମଧ୍ୟ ଜାରି କରାଯାଇଛି । ଏହି ରାପିଡ଼ ଟ୍ରେନରେ ଅନ୍ୟ ଟ୍ରେନ ଅପେକ୍ଷା ଅନେକ ସୁବିଧା ରହିଛି । ଯାତ୍ରୀଙ୍କୁ ଏହି ଟ୍ରେନରେ ଯାତ୍ରା କରିବାରେ କୌଣସି ସମସ୍ୟା ହେବନାହିଁ । ଏହି ଟ୍ରେନରେ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଏହାକୁ ଏହିଭଳି ଭାବେ ଡିଜାଇନ କରାଯାଇଛି ଯେ ଯାତ୍ରୀ ଛିଡା ହୋଇ ମଧ୍ୟ ଆରାମରେ ଯାତ୍ରା କରିପାରିବେ । ଦୁଇ ପାର୍ଶ୍ୱ ସିଟ ମଧ୍ୟରେ ପର୍ଯ୍ୟାପ୍ତ ଜାଗା ରହିଛି ।

ଏହି ରେଳ ଲାଇନ ଦିଲ୍ଲୀରୁ ଗାଜିଆବାଦ ଦେଇ ମେରଠ ଯାଏଁ ଯିବ । ଦିଲ୍ଲୀରୁ ମେରଠ ଯାତ୍ରା ପାଇଁ ମାତ୍ର ଘଣ୍ଟେ ସମୟ ଲାଗିବ । ଏହି ପ୍ରୋଜେକ୍ଟକୁ ୨୦୨୫ ମସିହା ସୁଦ୍ଧା ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏସିଆନ ଡେଭେଲପ୍ମେଣ୍ଟ ବ୍ୟାଙ୍କରୁ ଅଧିକାଂଶ ରାଶି ଋଣ ହିସାବରେ ମିଳିଛି ।

ରାପିଡ଼ ରେଳ ଟ୍ରାଞ୍ଜିଟ୍ ସିଷ୍ଟମକୁ ସମ୍ପୂର୍ଣ ଭାବେ ଯାତ୍ରୀଙ୍କ ସୁବିଧା ହିସାବରେ ଡିଜାଇନ କରାଯାଇଛି । ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସୁବିଧା ଉପକବ୍ଧ । ଏହା ଘଣ୍ଟା ପ୍ରତି ୧୮୦ କିମି ବେଗରେ ଚାଲିପାରିବ । ଏଥିପାଇଁ ଗୁଜୁରାଟରୁ ସାଭଲି ମେକ୍ ଇନ୍ ଇଣ୍ଡିଆ ଅଧୀନରେ କୋଚ୍ ନିର୍ମାଣ କରାଯାଉଛି । ଏହି ରେଳ ସେବା ପାଇଁ ମେରୁଟରୁ ଶତାଦ୍ଦିନଗର ପର୍ଯ୍ୟନ୍ତ ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଦିଲ୍ଲୀ-ଗାଜିଆବାଦ-ମେରଠ RRTS କରିଡରର ୩ଟି ପ୍ରାଥମିକତା RRTS କରିଡର ମଧ୍ୟରୁ ଗୋଟିଏ । ୮୨ କିମି ଦୂରତା ସମ୍ପନ୍ନ ଦିଲ୍ଲୀ-ଗାଜିଆବାଦ-ମେରଠ କରିଡର ଭାରତରେ ଲାଗୁ ହୋଇଥିବା ପ୍ରଥମ RRTS କରିଡର । ଏହି କରିଡର ଦିଲ୍ଲୀରୁ ମେରଠ ଯାତ୍ରା ସମୟ ପାଖାପାଖି ଏକ ତୃତୀୟାଂଶ କମ କରିଦେବ । ବର୍ତ୍ତମାନ ସଡକ ମାର୍ଗରେ ଦିଲ୍ଲୀରୁ ମେରଠ ଯିବା ପାଇଁ ୩-୪ ଘଣ୍ଟା ସମୟ ଲାଗିଥାଏ ।

RRTS ସାହାଯ୍ୟରେ ଏହି ଦୂରତା ୬୦ ମିନିଟରୁ କମ୍ ସମୟ ମଧ୍ୟରେ ପୁରା ହୋଇପାରିବ । ସାହିବାବାଦରୁ ଶତାବାଡି ନାଗର ମଧ୍ୟରେ ୫୦ କିଲୋମିଟରର ସିଭିଲ୍ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହା ବ୍ୟତୀତ ଗାଜିଆବାଦ, ସାହିବାବାଦ, ଗୁଲଧର ଏବଂ ଦୁହାଇ ମଧ୍ୟରେ ୧୭ କିମି ପ୍ରାଥମିକ ଖଣ୍ଡରେ ପରିଚାଳନା ୨୦୨୩ ମସିହା ପାଇଁ ପ୍ରସ୍ତାବିତ । ସମଗ୍ର କରିଡରକୁ ୨୦୨୫ ସୁଦ୍ଧା ଜନସାଧାରଣଙ୍କ ପାଇଁ ଖୋଲିଦିଆଯିବ ।

   Related Posts