ନୂଆଦିଲ୍ଲୀ ୨୦/୧୧: ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ଲୋକଙ୍କୁ ଖୁବ୍ ଶୀଘ୍ର ଏକ ବଡ଼ ଖୁସି ଖବର ମିଳିପାରେ। ପ୍ରକୃତରେ, ଦିଲ୍ଲୀ-ଗାଜିଆବାଦ ଏବଂ ମେରଠ ମଧ୍ୟରେ ୮୨କିଲୋମିଟର ଲମ୍ବା କରିଡରରେ ରେଳ ପରିଚାଳନା ୨୦୨୩ମସିହାଠୁ ଆରମ୍ଭ କରାଯାଇପାରେ। ଏହି କରିଡରରେ ସାହିବାବାଦ ଏବଂ ଦୁହାଇ ମଧ୍ୟରେ ୧୭କିଲୋମିଟର ଲମ୍ବା ରୁଟରେ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପରି କ୍ଷେତ୍ରରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ରାପିଡ ରେଲ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ସେବା ଆରମ୍ଭ ହେବ।
{"id":187160,"sizeSlug":"large"}ପାଖାପାଖି ୩୦ହଜାର କୋଟି ଟଙ୍କାରେ ହେଉଥିବା ଏହି କରିଡରରେ ୨୪ଟି ଷ୍ଟେସନ ହେବ ଯାହା ଅଣ୍ଡରଗ୍ରାଉଣ୍ଡ ଏବଂ ଏଲିଭେଟେଡ ଉଭୟ ପ୍ରକାରର ହେବ। କରିଡରର ଦିଲ୍ଲୀର ସରାୟ କାଲେ ଖାନ୍ ଷ୍ଟେସନରୁ ଆରମ୍ଭ ହେବ ଏବଂ ଏହା ମିରଟର ମୋଦିପୁରମ୍ ଯାଏଁ ଯିବ। ଏହି କରିଡର ରାସ୍ତାରେ ଯମୁନା ଏବଂ ହିଣ୍ଡନ୍ ନଦୀ ପାର କରିବ। ପ୍ରତିଦିନ ୮ଲକ୍ଷରୁ ଅଧିକ ଯାତ୍ରୀ ଦିଲ୍ଲୀରୁ ମିରଟ ରାସ୍ତାରେ ଯିବା ଆସିବା କରିବେ।
{"id":187161,"sizeSlug":"large"}କରିଡରକୁ ଏପରି ନିର୍ମାଣ କରାଯିବ ଯେ ଏହି ରାସ୍ତାରେ ପ୍ରତି ଘଣ୍ଟାରେ ୧୮୦କିଲୋମିଟର ବେଗରେ ଟ୍ରେନ୍ ଯାଇ ପାରିବ। କିନ୍ତୁ ଏବେ ୧୬୦କିଲୋମିଟର ବେଗରେ ଟ୍ରେନ୍ ଯିବ। କରିଡରରେ ଚାଲୁଥିବା ଟ୍ରେନରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ କୋଚର ବ୍ୟବସ୍ଥା କରାଯିବ। ଏହା ସହିତ ବିଜନେସ୍ କ୍ଲାସ୍ କୋଚ୍ ମଧ୍ୟ ଟ୍ରେନରେ ଲଗାଯିବ ଯେଉଁଥିରେ ଯାତ୍ରୀ ଅଧିକ ଟଙ୍କା ଖର୍ଚ୍ଚ କରି ଆରାମଦାୟକ ଯାତ୍ରାର ଆନନ୍ଦ ଉଠାଇ ପାରିବେ।
{"id":187162,"sizeSlug":"large"}