Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ସୀମା ବିବାଦର ଉତ୍ତେଜନା ବେଳେ ବି ଚୀନ୍ କମ୍ପାନୀକୁ ଠିକା, ଦିଲ୍ଲୀ-ମିରଟ ରେଳ କରିଡର ପାଇଁ ଚୁକ୍ତି

16/06/2020 at 11:57 AM

ନୂଆଦିଲ୍ଲୀ ୧୬।୬: ଚୀନ୍ ସୀମାରେ ଯଦିଓ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ଏବଂ ଦେଶରେ ଚୀନ୍ ସାମଗ୍ରୀକୁ ବରିଷ୍କାର କରିବା ପାଇଁ ସ୍ବଦେଶୀ ଆନ୍ଦୋଳନ ଜୋରସୋରରେ ଚାଲିଛି, ତଥାପି ଚୀନ୍ କମ୍ପାନୀଗୁଡିକର ପ୍ରାଧାନ୍ୟ ହ୍ରାସ ପାଉନାହିଁ । କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ମାଣ ହେବାକୁ ଥିବା ଦିଲ୍ଲୀ-ମିରଟ ସେମି ହାଇ ସ୍ପିଡ୍ ରେଳ କରିଡର ପାଇଁ ଏକ ଚୀନ୍ କମ୍ପାନୀ ସହ ଚୁକ୍ତିନାମା କରିବାକୁ ଯାଉଛି। ଏହାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରିଛି। ଏହାକୁ ତୁରନ୍ତ ବାତିଲ କରିବାକୁ ସ୍ବଦେଶୀ ଜାଗରଣ ମଞ୍ଚ ମଧ୍ୟ ଦାବି କରିଛି ।

ଦିଲ୍ଲୀ-ମିରଟ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (RRTS) ପ୍ରକଳ୍ପର ଅଣ୍ଡରଗ୍ରାଉଣ୍ଡ୍ ଷ୍ଟ୍ରେଚ୍ କରିବା ପାଇଁ ସବୁଠାରୁ ବଡ ବିଡ୍ ଚୀନ୍ କମ୍ପାନୀ ସାଂଘାଇ ଟନେଲ୍ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ (STEC) ଦ୍ବାରା କରାଯାଇଛି । ଏକ ସମୟରେ ଯେତେବେଳେ ଦେଶରେ ଚୀନ୍ ବିରୋଧରେ ଉତ୍ତେଜନାମୂଳକ ବାତାବରଣ ଦେଖାଦେଇଛି ଏବଂ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା କଥା ହେଉଛି, ପ୍ରାୟ ୧୧୦୦ କୋଟି ଟଙ୍କାର ଏହି ଚୁକ୍ତି ଚୀନ୍ କମ୍ପାନୀକୁ ଦିଆଯିବାକୁ ବିରୋଧୀ ନାପସନ୍ଦ କରିଛନ୍ତି ।

କେବଳ ଏତିକି ନୁହେଁ, ବିଜେପିର ମାତୃ ସଂଗଠନ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ସହ ଜଡିତ ସ୍ବଦେଶୀ ଜଗନ୍ ମଞ୍ଚ (SJM) ମଧ୍ୟ ଏହି ବିଡ୍ ବାତିଲ କରିବାକୁ ନରେନ୍ଦ୍ର ମୋଦି ସରକାରଙ୍କ ନିକଟରେ ଦାବି କରିଛି । ଚୀନ୍‌କୁ ଜୋରଦାର ବିରୋଧ କରୁଥିବା ସ୍ବଦେଶୀ ଜାଗରଣ ମଞ୍ଚ ଏହି ଚୁକ୍ତିନାମାକୁ ବାତିଲ କରି ଏକ ଭାରତୀୟ କମ୍ପାନୀକୁ ଦେବାକୁ ସରକାରଙ୍କ ନିରଟରେ ଦାବି କରିଛି । ମଞ୍ଚ କହିଛି ଯେ, ଯଦି ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ସଫଳ ହୁଏ, ତେବେ ଚୀନ୍ କମ୍ପାନୀଗୁଡିକୁ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ ଅଂଶଗ୍ରହଣ କରିବାର ଅଧିକାର ଦିଆଯିବା ଉଚିତ୍ ।

ସ୍ବଦେଶୀ ଜାଗରଣ ମଞ୍ଚକ ରାଷ୍ଟ୍ରୀୟ ସହ-ସଂଯୋଜକ ଅଶ୍ବନୀ ମହାଜନ ଏହି ଚୁକ୍ତିନାମା ତୁରନ୍ତ ବାତିଲ କରିବାକୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ନିକଟରେ ଦାବି କରିଛନ୍ତି । ସୂଚନା ଅନୁସାରେ, SJM ଚାହୁଁଛି ଯେ କେବଳ ଭାରତୀୟ କମ୍ପାନୀଗୁଡିକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକରେ ବିଡ୍ କରିବାର ସୁଯୋଗ ପାଆନ୍ତୁ । ଫୋରମ୍ ମଧ୍ୟ ମନ୍ତ୍ରଣାଳୟକୁ ଏ ନେଇ ସୂଚୀତ କରିଛି ।

ସୂଚନାଯୋଗ୍ୟ ଯେ, ଆଜିକାଲି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । ଏପରି ପରିସ୍ଥିତିରେ ଅନେକ ଲୋକ ଚୀନ୍ ର ଏକ କମ୍ପାନୀ ସହ ଏଭଳି ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ଜୁନ୍ ୧୨ରେ ଶେଷ ବିଡିଂରେ ଚୀନ୍ ର ସାଂଘାଇ ଟନେଲ୍ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ସର୍ବନିମ୍ନ ବିଡର କମ୍ପାନୀ ହୋଇଥିଲା । ଏହା ଅଧୀନରେ ଦିଲ୍ଲୀ-ମିରଟ RRTS କରିଡରରେ ନୂଆ ଅଶୋକ ନଗରରୁ ସାହିବାବାଦ ମଧ୍ୟରେ ୫.୬ କିଲୋମିଟର ଅଣ୍ଡରଗ୍ରାଉଣ୍ଡ ସେକ୍ସନ ନିର୍ମାଣ କରାଯିବ । ପୂରା ପ୍ରକଳ୍ପ ନ୍ୟାସନାଲ କ୍ୟାପିଟାଲ୍ ରିଜିଅନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏନସିଆରଟିସି) ଦ୍ବାରା ପରିଚାଳିଚ ହେଉଛି । ଏଥିପାଇଁ ୫ଟି କମ୍ପାନୀ ଟେଣ୍ଡର କରିଥିଲେ । ଚୀନ୍ କମ୍ପାନୀ STEC ସର୍ବନିମ୍ନ ୧,୧୨୬ କୋଟି ଟଙ୍କା ଦେଇଛି । ଭାରତୀୟ କମ୍ପାନୀ ଲାର୍ସନ ଏବଂ ଟବ୍ରୋ (L&T) ୧,୧୭୦ କୋଟି ଟଙ୍କାରେ ଟେଣ୍ଡର କରିଛି। ଅନ୍ୟ ଏକ ଭାରତୀୟ କମ୍ପାନୀ ଟାଟା ପ୍ରୋଜେକ୍ଟସ ଏବଂ SKEC ୧,୩୪୬ କୋଟି ଟଙ୍କା ପାଇଁ ଟେଣ୍ଡର କରିଛି।

ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଅନେକଙ୍କୁ ଟ୍ବିଟ୍ କରି ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କଡା ଆକ୍ରମଣ କରିଥିଲେ।

ତେବେ ସଡକ ପରିବହନ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ବିଡ୍ ଏକ ସଠିକ୍ ପ୍ରକ୍ରିୟା ମାଧ୍ୟମରେ କରାଯାଇଥିଲା ଏବଂ ଭାରତୀୟ କମ୍ପାନୀମାନଙ୍କୁ ସମାନ ସୁଯୋଗ ଦିଆଯାଇଥିଲା ।

   Related Posts