Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ତାଲାବନ୍ଦ ଫଳପ୍ରଦ ! ୨୪ ଘଣ୍ଟାରେ ୧୬୪୯ କରୋନା ସଂକ୍ରମିତ ଚିହ୍ନଟ, ସପ୍ତାହେ ବଢ଼ିଲା ଲକ୍‌ଡାଉନ

23/05/2021 at 4:05 PM

ନୂଆଦିଲ୍ଲୀ ୨୩/୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁର କୋପ କମୁଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ୩୦ ମାର୍ଚ୍ଚ ପରେ ସବୁଠୁ କମ୍‌ । ଏହି ସମୟରେ ୧୮୯ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ସଂକ୍ରମଣ ହାର କମି ୨.୪୨ ପ୍ରତିଶତରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦିଲ୍ଲୀରେ ଗୋଟିଏ ଦିନରେ ୧୬୪୯ ମାମଲା ମିଳିଥିବା ବେଳେ ୨୪ ଘଣ୍ଟାରେ ୫,୧୫୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏହି ସମୟରେ ମୋଟ ୬୮,୦୪୩ ଟେଷ୍ଟିଂ କରାଯାଇଛି। ଏବେ ଦିଲ୍ଲୀରେ ୨୭,୬୧୦ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୧୬,୮୬୮ ହୋଇସାରିଛି। ଅନ୍ୟପଟେ ୧୩,୬୬,୦୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏବେ ସୁଦ୍ଧା ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ୨୩,୨୦୨ ଲୋକ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ଶନିବାର ୨୨୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଲକ୍‌ଡାଉନ ଯୋଗୁ ଦିଲ୍ଲୀରେ ସଂକ୍ରମଣ କମୁଥିବା ନିଶ୍ଚିତ ହୋଇଥିବା ବେଳେ ସରକାର ପୁଣି ଥରେ ତାଲାବନ୍ଦ ଅବଧି ଘୁଞ୍ଚାଇ ଦେଇଛନ୍ତି। ଏବେ ରାଜଧାନୀରେ ୩୧ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ୨୪ ମେ’ରେ ଲକ୍‌ଡାଉନ୍‌ ସମାପ୍ତ ହେଉଥିବା ବେଳେ ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଏହାକୁ ଆଉ ୭ ଦିନ ବଢ଼ାଇଦେଇଛନ୍ତି। ୩୧ ମେ’ ପରେ ଦିଲ୍ଲୀରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରେ।   

   Related Posts