Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଘର ବାହାରେ ପରିସ୍ରା କରିବାକୁ ମନା କରିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

4/06/2019 at 3:50 PM

ଦିଲ୍ଲୀ ୪/୬ : ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଗୋବିନ୍ଦପୁରି ଅଂଚଳରେ ୨୬ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ନିଜ ଘର ବାହାରେ ପରିସ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇବାରୁ ବ୍ୟକ୍ତି ଜଣକ ଯୁବକଙ୍କୁ ପିଟି ହତ୍ୟା କରିଛନ୍ତି ।

ଦିଲ୍ଲୀରେ ଦକ୍ଷିଣ ପୂର୍ବ ଗୋବିନ୍ଦପୁରି ଅଂଚଳରେ ଘଟିଛି ହତ୍ୟାକାଣ୍ଡ । ଜୁନ ୩ ତାରିଖରେ ୬୫ ବର୍ଷ ବୟସ୍କ ବୃଦ୍ଧ ମାନ ସିଂହ, ଜଣେ ଯୁବକଙ୍କ ଘର ବାହାରେ ପରିସ୍ରା କରୁଥିଲେ । ଯୁବକ ପରିସ୍ରା କରିବାକୁ ଆପତ୍ତି କରିଥିଲେ ଏବଂ ରାଗିଯାଇ ବୃଦ୍ଧଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ଏତିକିବେଳେ ମାନ ସିଂହଙ୍କ ପୁଅ ରବି ଏବଂ ନୀଳକମଳ ମଧ୍ୟ ସେଠାକୁ ଆସିଥିଲା । ସମସ୍ତେ ମିଶି ଯୁବକଙ୍କୁ ମାଡ ମାରିଥିଲେ । ଏହାପରେ ସେମାନେ ସେଠାରୁ ପଳାଇଥିଲେ ।

ଯୁବକ ଏଥିରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଏମ୍ସ ଟ୍ରଉମା ସେଣ୍ଟରରେ ନିଅଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । 

ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି । 

ଡିସିପି କହିଛନ୍ତି ଯେ, ମାନ ସିଂହଙ୍କ ପୁଅ ଯୁବକଙ୍କୁ ସିମେଣ୍ଟ ସ୍ଲାଵରେ ବାଡେଇଥିଲେ । ମୃତ ଯୁବକ ହେଲେ ଲିଲୁ । ପୋଲିସ ସୂଚନା ଅନୁଯାୟୀ, ଲିଲୁ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ଡକାୟତି ସମେତ ଚୋରି ଭଳି ୧୭ଟି ମାମଲା ରହିଛି । ଲିଲୁର ୪ ସନ୍ତାନ । ତାଙ୍କ ପରିବାରରେ ସେ ଜଣେ ହିଁ ରୋଜଗାର କରୁଥିଲେ । ତାଙ୍କ ମୃତ୍ୟୁ ପରେ ପରିବାରର ସମସ୍ୟା ବଢିଯାଇଛି ।

   Related Posts