Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସ୍ତ୍ରୀ ଓ ଶାଶୁଙ୍କୁ ଗୁଳି କରି ହତ୍ୟା, ପୋଲିସକୁ ଫୋନ୍ କରି ନିଜେ ଦେଲେ ସୂଚନା

11/10/2021 at 3:20 PM

ଘରୋଇ ହିଂସା ଯୋଗୁ ଘଟିଲା ଗଲା ବର୍ବରତା ।  ସାଧାରଣ ଝଗଡାରୁ ଶାଶୁ ଓ ସ୍ତ୍ରୀର ଜୀବନ ନେଲା ଜ୍ୱାଇଁ। ଏଭଳି କଳି ଝଗଡାରୁ ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ନେଇ କହିଛି ଜ୍ୱାଇଁ। ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ବାରମ୍ବାର ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ବ୍ୟକ୍ତି ଜଣକ ଏତେ ମାତ୍ରାରେ ବିରକ୍ତ ହୋଇଯାଇଥିଲା ଯେ ସବୁଦିନ ପାଇଁ ଜୀବନରୁ ମାରି ଦେଲା ସ୍ତ୍ରୀ ଓ ଶାଶୁକୁ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କୁ ମାରିସାରିବା ପରେ ଜ୍ୱାଇଁ ନିଜେ ଥାନାକୁ ଯାଇ ନିଜୁ ଆତ୍ମ ସମର୍ପଣ କରିଛି । ଏହା ସହ ଏମିତି କରିବାର କାରଣ ମଧ୍ୟ କହିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ ।

ତେବେ ସୂଚନା ଅନୁଯାୟୀ, ରବିବାର ସକାଳେ ବାବା ହରିଦାସ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ଜଣଙ୍କ ଥାନାକୁ ଫୋନ୍‌ କରି କହିଥିଲା ଯେ ସେ ଗୁଳି କରି ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛି। ଫୋନ୍‌ କଲ୍‌ ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚିଲା ବେଳକୁ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ  ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡିଥିଲେ । ତେବେ ମୃତ ମହିଳାଙ୍କ ନାମ ହେଉଛି ନିଧି ଓ ବିରୋ।

ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ସେ ନିଜେ ହିଁ ଏହି ଅଭାବନୀୟ କାଣ୍ଡ  କରିଛନ୍ତି ଓ ଏଭଳି କରିବା ପଛର କାରଣ ହେଉଛି ନିତିଦିନିଆ ସୃଷ୍ଟି ହେଉଥିବା ଘରୋଇ ହିଂସା । ୫ ବର୍ଷ ତଳେ ଅଭିଯୁକ୍ତ ମହେଶ ନିଧିକୁ ପ୍ରେମ ବିବାହ କରିଥିଲା। ପ୍ରଥମେ କିଛି ଦିନ ଉଭୟଙ୍କ ମଧ୍ୟରେ ସବୁକିଛି ଭଲ ଥିଲା। ନିଧି ସବୁବେଳେ ମହେଶର ମନ କଥା ବୁଝୁଥିଲା। ଫଳରେ ଦାମ୍ପତ୍ୟ ଜୀବନ ମଧ୍ୟ ସୁରୁଖୁରୁରେ ଚାଲିଥିଲା। କିନ୍ତୁ ନିଧିର ମା’ ବିରୋ ଆସିବା ପରେ ତାଙ୍କ ଭିତରେ ଧୀରେ ଧୀରେ ପାଟିତୁଣ୍ଡ ବଢିବାକୁ ଲାଗିଲା। ଛୋଟ ଛୋଟ କଥାକୁ ନେଇ ମାଆ ଝିଅକୁ କହୁଥିଲା। ଫଳରେ ରାତିରେ ଘରକୁ ଫେରିବା ପରେ ନିଧି ସେହି କଥାକୁ ନେଇ ସ୍ବାମୀ ସହ ଝଗଡ଼ା କରୁଥିଲା। ମହେଶ ଯେତେ ବୁଝାଇଲେ ନିଧି କିଛି ବି ବୁଝୁ ନଥିଲା। ଏହି କାରଣରୁ ଦୀର୍ଘ ଦିନ ଧରି ମହେଶ ଚିନ୍ତାରେ ରହୁଥିଲା। ସ୍ତ୍ରୀ ସହ ଝଗଡ଼ାର କାରଣ ଶାଶୁ ବୋଲି ଜାଣିଲା ପରେ ଉଭୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।

ଫଳରେ ନିଧି ସହ କୌଣସି କାରଣରୁ ତାଙ୍କ ଝଗଡ଼ା ହେବାରୁ ସେ ରାଗରେ ଉଭୟ ଶାଶୁ ଓ ନିଧି ଉପରକୁ  ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ତେବେ ସମସ୍ତ ଘଟଣା ଶୁଣିସାରିବା ପରେ ପୋଲିସ ମହେଶକୁ ଗିରଫ କରିଛି ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

   Related Posts