Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଶେଷରେ କୋହଳ ହେଲା କଟକଣା, ବଜାର ଓ ମଲ୍ ଖୋଲିବ, ସରକାରଙ୍କ ବଡ ଘୋଷଣା

5/06/2021 at 12:25 PM

ନୂଆଦିଲ୍ଲୀ, ୦୫/୦୬: ଖୋଲିବ ବଜାର ଓ ମଲ୍ । ଲକଡାଉନ୍ କଟକଣା ହେଲା କୋହଳ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲକଡାଉନ୍ ପରେ ଏବେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଏହାକୁ ନଜରରେ ରଖି ଦିଲ୍ଲୀ ସରକାର କଟକଣାକୁ କୋହଳ କରୁଛନ୍ତି ।

ସୂଚନାନୁସାରେ, ଦିଲ୍ଲୀରେ କରୋନା ସଂକ୍ରମଣ ସାଙ୍ଘାତିକ ହୋଇଯାଇଥିଲା  । ଯାହାକୁ ନଜରରେ ରଖି ସରକାର ଲକଡାଉନ୍ ଘୋଷଣା କରିଥିଲେ । ଏହି ସମୟରେ ସବୁ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ଜାରି ରଖାଯାଇଥିଲା । ତେବେ ସଂକ୍ରମଣ କମିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏବେ ଦିଲ୍ଲୀରେ ସ୍ଥିତି ଧିରେଧିରେ ସ୍ୱାଭାବିକ ହେବାରେ ଲାଗିଛି । ତେଣୁ ସରକାର ଆହୁରି କଟକଣା କୋହଳ କରିବାକୁ ଯାଉଛନ୍ତି । ଏବେ ଦିଲ୍ଲୀରେ ଅଡଇଭିନ୍ ଫର୍ମୁଲାରେ ଦୋକାନ, ବାଜର ଖୋଲିବ । ସେହିପରି ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ୫୦ ପ୍ରତିଶତ ଯାତ୍ରୀରେ ଚାଲିବ । ଆହୁରି ମଧ୍ୟ ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀ ଓ ସରକାରୀ ଅଫିସ ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପର୍ଯ୍ୟାୟକ୍ରମେ ଲକଡାଉନ୍ ବଢିଥିଲା । ପ୍ରଥମେ ଲକ୍‌ଡାଉନ୍‌ ଅବଧି  ମେ ୩ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ପରେ ମେ ୧୭ ଓ ପରେ ମେ ୨୪ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଏହାକୁ ମେ ୩୧ ଯାଏଁ ବଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

   Related Posts