Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ମାର୍ଗରେ ଚାଲିବ ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ୍ : ତେଜସ ଏକ୍ସପ୍ରେସରୁ ହେବ ଆରମ୍ଭ

9/07/2019 at 1:29 PM

ନୂଆଦିଲ୍ଲୀ ୯/୭: ଭାରତରେ ଚାଲିବ ପ୍ରଥମ ପ୍ରାଇଭେଟ୍ ଟ୍ରେନ୍। ଦିଲ୍ଲୀ ଏବଂ ଲକ୍ଷ୍ନୈା ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ୍ ଭାରତର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ ହେବ। ରେଲଓ୍ବେ ୧୦୦ଦିନର ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ପ୍ରଥମେ ୨ଟି ପ୍ରାଇଭେଟ୍ ଟ୍ରେନ୍ ଚଲାଇବାର ନିର୍ଣ୍ଣୟ ନେଇଛି। କେନ୍ଦ୍ର ସରକାର ସବୁପ୍ରକାର ବିରୋଧ ସତ୍ତ୍ବେ ଶେଷରେ ରେଲଓ୍ବେର ଘରୋଇକରଣ ଦିଗରେ ପଦକ୍ଷେପ ନେଇଛି। ରେଲଓ୍ବେ ବୋର୍ଡ଼ ଦିଲ୍ଲୀ-ଲକ୍ଷ୍ନୈା ବ୍ୟତୀତ ଦ୍ବିତୀୟ ୫୦୦କିମିର ଦୂରତ୍ବର ମାର୍ଗ ଚୟନ କରିବାରେ ଲାଗିଛି ଯେଉଁଠାରେ ଦ୍ବିତୀୟ ପ୍ରାଇଭେଟ୍ ଟ୍ରେନ୍ ଚଲାଯିବ।

ଦିଲ୍ଲୀରୁ ତେଜସ୍ ଏକ୍ସପ୍ରେସକୁ ଚଲାଯିବାର ଘୋଷଣା ୨୦୧୬ମସିହାରେ ହୋଇଥିଲା। ଦିଲ୍ଲୀ-ଲକ୍ଷ୍ନୈା ମାର୍ଗରେ ତେଜସ୍ ଟ୍ରେନକୁ ଦୀର୍ଘ ଦିନରୁ ଅପେକ୍ଷା କରାଯାଇଥିଲା। ଏହି ଟ୍ରେନ୍ ଉତ୍ତରପ୍ରଦେଶର ଆନନ୍ଦନଗର ରେଲଓ୍ବେ ଷ୍ଟେସନରେ ଛିଡ଼ା ହୋଇଛି ଯାହାକୁ ଓପନ ବିଡିଙ୍ଗ ପ୍ରୋସେସ ପରେ ପ୍ରାଇଭେଟ ପ୍ଲେୟାରକୁ ହସ୍ତାନ୍ତର କରାଯିବ। ଦିଲ୍ଲୀ-ଲକ୍ଷ୍ନୈା ମାର୍ଗରେ ଏହି ସମୟ ୫୩ଟି ଟ୍ରେନ୍ ଚାଲିଛି। କିନ୍ତୁ ଏଥିରେ କୈାଣସି ରାଜଧାନୀ ଟ୍ରେନ୍ ନାହିଁ। ଏହି ମାର୍ଗର ସବୁଠୁ ପ୍ରିମିୟମ୍ ଟ୍ରେନ୍ ସ୍ବର୍ଣ୍ଣ ଶତାବ୍ଦୀ ଯାହାକୁ ଦିଲ୍ଲୀରୁ ଲକ୍ଷ୍ନୈା ଯାତ୍ରା କରିବା ପାଇଁ ପ୍ରାୟତଃ ସାଢ଼େ ୬ଘଣ୍ଟା ସମୟ ଲାଗିଥାଏ।

ଏହି ଟ୍ରେନର ତତ୍ତ୍ବାବଧାନ ଦାୟିତ୍ବ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଙ୍ଗ ଏଣ୍ଡ ଟୁରିଜମ କର୍ପୋରେସନ ନେବ।

   Related Posts