ଦିଲ୍ଲୀରେ ବୁଧବାର ରେକର୍ଡ ହେଲା ସର୍ବନିମ୍ନ ତାପମାତ୍ରା, ଅକ୍ଟୋବରରେ ସବୁଠୁ କମ୍

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭।୧୦:  ରାଜଧାନୀ ଦିଲ୍ଲୀରେ ବୁଧବାର ଦିନର ସର୍ବ ନିମ୍ନ ତାପମାତ୍ରା ୧୪.୬ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଅକ୍ଟୋବର ମାସରେ ଜାତୀୟ ରାଜଧାନୀର ଏପର୍ଯ୍ୟନ୍ତ ଏହା ସର୍ବ ନିମ୍ନ ତାପମାତ୍ରା ବୋଲି ପାଣିପାଗ ବିଭାଗ କହିଛିନ୍ତି। ହିମାଳୟରୁ ବାହାରିଥିବା ଉତ୍ତର-ପଶ୍ଚିମ ଶୀତଳ ବାୟୁ ଯୋଗୁ ତାପମାତ୍ରାରେ ଏତେ ହ୍ରାସ ହୋଇଥିବା କୁହାଯାଇଛି। ଗୋଟିଏ ପଟେ ତାପମାତ୍ରା ହ୍ରାସ ହେଉଥିବା ବେଳେ ହରିୟାଣା ଓ ପଞ୍ଜାବରେ ପାଳ କୁଟା ପୋଡାଯିବା ଜାତୀୟ ରାଜଧାନୀର ବାୟୁ ମାନକୁ ସବୁଠୁ ଖରାପ ଶ୍ରେଣୀରେ ପହଞ୍ଚାଇଛି।

{"id":534271,"width":839,"height":516,"sizeSlug":"full","linkDestination":"none"}

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସଫଦରଜଙ୍ଗ ଅବଜରଭେଟରୀ ରେକର୍ଡ କରିଥିବା  ସର୍ବାଧିକ ତାପମାତ୍ରା ହାରାହାରିଠାରୁ ୩ ଡିଗ୍ରି କମ ଥିବା କହିଚନ୍ତି। ବୁଧବାର ଜାତୀୟ ରାଜଧାନୀର ସର୍ବାଧିକ ତାପମାତ୍ରା ୨୮.୨ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ତେବେ ନଭେମ୍ବର ପହିଲା ବେଳକୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ପାଖାପାଖି ଥିବ ବୋଲି ଆଇଏମଡି ପୂର୍ବରୁ ଆକଳନ କରିଥିଲେ।

ସେପଟେ ଗତ ଦିନମାନଙ୍କରେ ହୋଇଥିବା ବର୍ଷା, କୁଆ ପଥର ବୃଷ୍ଟି ଓ ହୀମପାତ ଯୋଗୁ ଜମ୍ମୁ-କାଶ୍ମୀରରେ ଅଚାନକ ହ୍ରାସ ହୋଇଥିବା ତାପମାତ୍ରା ପୁଣି ସ୍ୱଭାବିକ ହେବାରେ ଲାଗିଲାଣି। ଗତ ୩ ଦିନ ହେଲା ଦିନର ସର୍ବାଧିକ ତାପମାତ୍ରାରେ ପାଖାପାଖି ୧୦ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ସୁଧାର ହୋଇଥିବା ଶ୍ରୀନଗର ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି। ତେବେ ଦିନର ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ କମ ରହୁଛି।

{"id":534272,"width":839,"height":472,"sizeSlug":"full","linkDestination":"none"}

ଏବେ କାର୍ଗିଲରେ ତାପମାତ୍ରା ସବୁଠୁ କମ୍‌ ରହୁଛି। ଏଠାରେ ତାପମାତ୍ରା ବିଯୁକ୍ତ ୬.୧ ଡିଗ୍ରି ସେଲସିୟସ୍‌କୁ ଖସି ଯାଇଛି। ପହଲଗାମ, ଗୁଲମର୍ଗ ଓ ଲେହରେ ଶୁନ୍ୟରୁ ତଳକୁ ରହୁଛି। ବୁଧବାର ଜମ୍ମୁର ସର୍ବାଧିକ ତାପମାତ୍ରା ୨୭.୭ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। କାଶ୍ମୀରରେ ଚଳିତ ସପ୍ତାହ ପାଗ ଶୁଷ୍କ ରହିବା ସହ ଦିନରେ ଖରାପଡିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.