ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲ କରୋନା ପଜିଟିଭ୍

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦/୦୪ : ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ କରି କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସେ ନିଜକୁ ଆଇସୋଲେଟ କରିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସେ ନିଜ ବାସଭବନରୁ କାମ ତଦାରଖ ଜାରି ରଖିବେ ବୋଲି କହିଛନ୍ତି।

wp:embed {"url":"https://twitter.com/LtGovDelhi/status/1388056768022937602","type":"rich","providerNameSlug":"twitter","responsive":true,"className":""}
https://twitter.com/LtGovDelhi/status/1388056768022937602
/wp:embed

ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଗୁରୁବାର ଦିନ ୨୪ ହଜାର ୨୩୫ ନୂଆ ମାମଲା ସାମ୍ନାକୁ ଆସିଛି ଓ ୩୯୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏବେ ସୁଦ୍ଧା ୧୧ ଲକ୍ଷ ୨୨ ହଜାର ୨୮୬ ଜଣ ସଂକ୍ରମିତ ହୋଇଛନ୍ତି। ଏବେ ସୁଦ୍ଧା ୧୫ ହଜାର ୭୭୨ ଜଣ ପ୍ରାଣ ହରାଇ ସାରିଛନ୍ତି। ରାଜଧାନୀରେ ୧୦.୦୮ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.