Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ନା ହୋଟେଲ ଖୋଲିବ, ନା ବଜାର… ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ଉପ ରାଜ୍ୟପାଳ

31/07/2020 at 5:59 PM

ମୁମ୍ବାଇ ୩୧।୦୭: ଦିଲ୍ଲୀରେ ଉପ ରାଜ୍ୟପାଳ ଅନିଲ ବୈଜଲ ବନାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ତାଜା ଟକରା ଟକରି ଅନଲକ-୩ ମାର୍ଗଦର୍ଶିକାରେ ମଧ୍ୟ ସାମିଲ ହୋଇ ଯାଇଛି। କେଜ୍ରିଓ୍ଵାଲ ସରକାରଙ୍କ ପକ୍ଷରୁ ଅନଲକ୍‌-୩କୁ ନେଇ ନିଆଯାଇଥିବା ଦୁଇଟି ବଡ ନିଷ୍ପତ୍ତିକୁ ଉପ ରାଜ୍ୟପାଳ ଖାରଜ କରିଛନ୍ତି। ଏହି ଦୁଇ ନିଷ୍ପତ୍ତି ହେଉଛି ହୋଟେଲ ଖୋଲିବା ଓ ଟ୍ରାଏଲ ଆଧାରରେ ଗୋଟିଏ ସପ୍ତାହ ପାଇଁ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ଦିଆଯିବା ଥିଲା।

ଗୋଟିଏ ଦିନ ପୂର୍ବେ ଗୁରୁବାର ଦିଲ୍ଲୀ ସରକାର ଅନଲକ୍‌-୩କୁ ନେଇ ମହତ୍ଵପୂର୍ଣ୍ଣ ଘୋଷଣା କରିଥିଲେ। ଏଥିରେ ରାତ୍ରକାଳୀନ କର୍ଫ୍ୟୁ ହଟାଇବା, ଅଗଷ୍ଟ ୧ ଅର୍ଥାତ ଶନିବାରଠୁ ହୋଟେଲ ଓ ଅନ୍ୟାନ୍ୟ ଆତିଥ୍ୟ ସେବା ଖୋଲିବା, ଟ୍ରାଏଲ ଆଧାରରେ ଗୋଟିଏ ସପ୍ତାହ ପାଇଁ ସାପ୍ତାହିକ ବଜାର ଖୋଲାଯିବା ଓ ଉଠା ଦୋକାନୀଙ୍କୁ କାମ କରିବାକୁ ଅନୁମତି ଦିଆଯିବା ପରି ନିଷ୍ପତ୍ତି ସାମିଲ। ଏବେ ଉପ ରାଜ୍ୟପାଳ ଅନିଲ ବୈଜଲ ହୋଟେଲ୍ ଖୋଲିବା ଓ ଟ୍ରାଏଲ ଆଧାରରେ ସାପ୍ତାହିକ ବଜାର ଖୋଲାଯିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀ ଦଙ୍ଗାକୁ ନେଇ ଗଠିତ ଓକିଲଙ୍କ କମିଟିକୁ ନେଇ ମଧ୍ୟ ଉପ ରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏଲଜି ଦିଲ୍ଲୀ ପୋଲିସ  ଦ୍ଵାରା ପ୍ରସ୍ତାବିତ ଓକିଲଙ୍କ କମିଟିକୁ ମଞ୍ଜୁରୀ ଦେଇଥିଲେ ମାତ୍ର କେଜ୍ରିଓ୍ଵାଲ କ୍ୟାବିନେଟ୍ ଏହାକୁ ଖାରଜ କରି ଦେଇଥିଲେ। ଏହା ପରେ ଏଲଜି ଅନିଲ ବୈଜଲ ନିଜର ସ୍ଵତନ୍ତ୍ର ଅଧିକାର ପ୍ରୟୋଗ କରି ଦିଲ୍ଲୀ ପୋଲିସ୍‌ର ପ୍ରସ୍ତାବିତ କମିଟିକୁ ସବୁଜ ସଙ୍କେତ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଗତ କିଛି ଦିନରେ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ଅର୍ଥବ୍ୟବସ୍ଥାକୁ ଖୋଲିବା ନେଇ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇ ସାରିଛନ୍ତି। ଗତ ସପ୍ତାହରେ କେଜ୍ରିଓ୍ଵାଲ ରୋଜଗାର ସନ୍ଧାନ କରୁଥିବା ଲୋକ ଏବଂ ରୋଜଗାର ଦେଉଥିବା ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ସୁନିଶ୍ଚିତ କରିବା ପାଇଁ ‘ରୋଜଗାର ବାଜାର’ ଜବ୍ସ ପୋର୍ଟାଲ ଲଞ୍ଚ କରିଥିଲେ। ଉଠା ଦୋକାନୀଙ୍କୁ ଟ୍ରାଏଲ ଆଧାରରେ ଗୋଟିଏ ସପ୍ତାହ ପାଇଁ ନିଜର କାମ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ।

   Related Posts